
ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ବେମାସାହି ଗାଁର ଏକ କୂଅ ଭିତରେ ଭାଲୁଟିଏ ପଡ଼ି ଯାଇଛି। ଏନେଇ ଖବର ପାଇବା ପରେ ନୀଳଗିରି ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ଭାଲୁଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି।
ସ୍ୱର୍ଣ୍ଣଚୁଡ଼ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଭାଲୁଟି ଗାଁ ଭିତରକୁ ଚାଲି ଆସିଥିଲା ବୋଲି କୁହାଯାଉଛି। ଭାଲୁକୁ ଦେଖିବାକୁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି।
ଗତ ୧୯ ତାରିଖରେ ଏହି ଗାଁ ନିକଟ ଘାଗରା ନଈ କୂଳରେ ଦୁଇଟି ଭାଲୁର ମୃତଦେହ ଉଦ୍ଧାର କରାଯାଇଥିଲା।
from Odisha Reporter https://ift.tt/2tQLlMN
No comments:
Post a Comment