
ନୂଆଦିଲ୍ଲୀ: ପାକିସ୍ତାନର ଯୁଦ୍ଧ ବିମାନର କଡ଼ା ମୁକାବିଲା କରିବା ସମୟରେ ସୀମା ସେପଟେ ଖସିପଡ଼ି ଗିରଫ ହୋଇଥିବା ଏବଂ ପରେ ବୀରତ୍ୱର ସହିତ ଭାରତ ଫେରିଆସିଥିବା ପାଇଲଟ ଅଭିନନ୍ଦନ ବର୍ତ୍ତମାନଙ୍କ ନାଁକୁ ନେଇ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଦିଲ୍ଲୀଠାରେ ସେ କହିଥିଲେ, “ବିଶ୍ୱ ବର୍ତ୍ତମାନ ଭାରତ ଉପରେ ନଜର ରଖିଛି। ଡିକ୍ସିନାରୀର ଶବ୍ଦମାନଙ୍କର ଅର୍ଥ ବଦଳାଇବା ପାଇଁ ଭାରତ ସମର୍ଥ। ପୂର୍ବରୁ ଅଭିନନ୍ଦନର ଅର୍ଥ ସ୍ୱାଗତ ବୋଲି ବୁଝାଯାଉଥିଲା, ଏବେ ଏହାର ଅର୍ଥ ବଦଳିବ।”
ଗତକାଲି ମଧ୍ୟ ପ୍ରଧାନମନ୍ତ୍ରୀ ଅଭିନନ୍ଦନଙ୍କୁ ସ୍ୱାଗତ କରି ଟ୍ୱିଟ୍ କରିଥିଲେ, “ୱିଙ୍ଗ କମାଣ୍ଡରଙ୍କ ଅଭିନନ୍ଦନଙ୍କୁ ସ୍ୱଦେଶରେ ସ୍ୱାଗତ। ତୁମ ଅଦମ୍ୟ ସାହାସ ପାଇଁ ଏ ଦେଶ ଆଜି ଗର୍ବିତ। ଆମ ସେନା ବାହିନୀ ୧୩୦ କୋଟି ଭାରତୀୟବାସୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ବନ୍ଦେ ମାତରମ୍।”
from Odisha Reporter https://ift.tt/2T8CpSe
No comments:
Post a Comment