ଭାରତରେ ଲଞ୍ଚ୍‌ ହେଲା ଭିଭୋ Y91i, ଜାଣନ୍ତୁ ଦାମ୍‌ କେତେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ଭାରତରେ ଲଞ୍ଚ୍‌ ହେଲା ଭିଭୋ Y91i, ଜାଣନ୍ତୁ ଦାମ୍‌ କେତେ

ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍‌ କମ୍ପାନୀ ଭିଭୋ ଭାରତରେ ଏକ ନୂଆ ସ୍ମାର୍ଟଫୋନ୍‌ Y91i ଲଞ୍ଚ କରିଛି। ବର୍ତ୍ତମାନ ଏହା ଅଫ୍‌ଲାଇନ୍‌ ଷ୍ଟୋର୍‌ରେ ବିକ୍ରି ପାଇଁ ଉପଲବ୍ଧ। ଏହାର ଏକ ବିଶେଷତ୍ତ୍ୱ ହେଉଛି ଏଥିରେ ୬.୨୨ ଇଞ୍ଚ୍‌ର HD+  ଡ୍ୟୁଡ୍ରପ୍‌ ଡିସ୍‌ପ୍ଲେ ଦିଆଯାଇଛି। ଭାରତରେ ଏହାର ୧୬ ଜିବି ଷ୍ଟୋରେଜ୍‌ର ମୂଲ୍ୟ ୭,୯୯୦ ଟଙ୍କା ଓ ୩୨ଜିବି ଷ୍ଟୋରେଜର ମୂଲ୍ୟ ୮,୪୯୦ ଟଙ୍କା ରଖାଯାଇଛି।

ଗ୍ରାହକ ଏହି ଫୋନ୍‌କୁ ଫ୍ୟୁଜନ୍‌ ବ୍ଲାକ୍‌ ଓ ଓସେନ୍ ବ୍ଲୁ କଲର ଅପଶନ୍‌ରେ କିଣିପାରିବେ। ଅନଲାଇନ୍‌ ଷ୍ଟୋର୍‌ରେ କେବେ ବିକ୍ରି ହେବ ତାହା ଜଣାପଡ଼ି ନାହିଁ। ଚଳିତବର୍ଷ ଆରମ୍ଭରେ Y91କୁ ଲଞ୍ଚ କରାଯାଇଥିଲା ।  Y91(2GB/32GB)ର ବର୍ତ୍ତମାନର ମୂଲ୍ୟ ୯୯୯୦ ଟଙ୍କା ରହିଛି।

Y91iର ବିଶେଷତ୍ୱ

ଡୁଆଲ ସିମ୍‌ ସପୋର୍ଟ ଥିବା ଏହି ଫୋନ୍‌ ଆଣ୍ଟ୍ରଏଡ 8.1 ଓରିଓ ବେସ୍‌ଡ ଫନ୍‌ଟଚ୍‌ OS 4.5ରେ ଚାଲିଥାଏ।  ଏଥିରେ 19:9 ରେସିଓ ସହ ୬.୨୨ ଇଞ୍ଚ୍‌ର HD+ (1520×720 ପିକ୍ସେଲ୍)  ଫୁଲ୍‌ ଇନ୍‌-ସେଲ୍ ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ ୨ଜିବି ରାମ୍‌ ସହ ଅକ୍ଟାକୋର MediaTek Helio P22 (MT6762R) ପ୍ରୋସେସର ଦିଆଯାଇଛି। ଫଟୋଗ୍ରାଫି ପାଇଁ ଏଥିରେ LED ଫ୍ୟାଶ୍ ସହ ୧୩ ମେଗା ପିକ୍ସେଲର ରିୟର କ୍ୟାମେରା ଓ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏଥିରେ ବିୟୁଟି, ଟାଇମଲ୍ୟାପ୍ସ, ପାମ୍ କ୍ୟାପ୍ଚର ଓ ଭଏସ୍‌ କଣ୍ଟ୍ରୋଲ ପରି ଫିଚର ଦିଆଯାଇଛି। ଏଥିସହ ଫୋନ୍‌ରେ 4,030mAhର ବ୍ୟାଟେରୀ ରହିଛି।



from Odisha Reporter https://ift.tt/2NQUM8o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages