
ସମ୍ବଲପୁର (ସମୀର ଷଡ଼ଙ୍ଗୀ): ସମ୍ବଲପୁରକୁ ପୁଣି ଫେରିଛି ଜଣ୍ଡିସ୍। ସମ୍ବଲପୁରବାସୀଙ୍କ ମନରୁ ୨୦୧୪ ମସିହାର ଜଣ୍ଡିସ୍ ଭୟ ଯାଇ ନଥିବା ବେଳେ ଏବେ ଏଥିରେ ଆକ୍ରାନ୍ତ ହୋଇ ସହରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତା’ସହିତ ବୁର୍ଲାରେ ପ୍ରାୟ ୪୦ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି।
ମାର୍ଚ୍ଚ ୨୮ ତାରିଖ ଦିନ ସମ୍ବଲପୁର ସହର ଫୁଲବତୀ ବିଶ୍ୱକର୍ମା ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଜଣ୍ଡିସ୍ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଜନସ୍ୱାସ୍ଥ୍ୟ ବିଭାଗର ଦୂଷିତ ପାଣି ପିଇବା ଯୋଗୁ ଜଣ୍ଡିସ୍ ବ୍ୟାପୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।
୨୦୧୪ ମସିହାରେ ସମ୍ବଲପୁରରେ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇ ୩୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୂଷିତ ପାଣି ଯୋଗୁ ଜଣ୍ଡିସ୍ ହୋଇ ଏତେ ଲୋକଙ୍କ ଜୀବନ ଯାଇଥିବା ଜଣାପଡ଼ିଥିଲା।
from Odisha Reporter https://ift.tt/2FN4W7v
No comments:
Post a Comment