ଜେଟ୍ ଏୟାରୱେଜ ବିମାନ କମ୍ପାନୀ ପାଇଁ ଏସବିଆଇର ନୂଆ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ଜେଟ୍ ଏୟାରୱେଜ ବିମାନ କମ୍ପାନୀ ପାଇଁ ଏସବିଆଇର ନୂଆ ନିୟମ

ମୁମ୍ବାଇ: ଜେଟ୍ ଏୟାରୱେଜ କମ୍ପାନୀର ପରିଚାଳନା ବୋର୍ଡରୁ ଗୋୟେଲ ଦମ୍ପତି ଓ ଏତିହାଦ ଏୟାରୱେଜ ହଟିବା ପରେ ଆର୍ଥିକ ସ୍ଥିତିର ସୁଧାର ପାଇଁ ନୂଆ ନିୟମ ଜାରି କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ଦୁଇ ଜଣ ନୂଆ ପୁଞ୍ଜିନିବେଶକାରୀ ମିଳିବା ପରେ ଏବେ ମୋଟ ପୁଞ୍ଜି ୯ ହଜାର ୫୩୫ କୋଟି ହୋଇଛି।
ଦୁଇ ନୂଆ ପୁଞ୍ଜିନିବେଶକାରୀ ୩ ହଜାର ୮୦୦ କୋଟି ନିବେଶ କରିଛନ୍ତି ହେଲେ ସେମାନଙ୍କ ନା ଏବେ ସାର୍ବଜନୀନ କରିନାହିଁ ଏସବିଆଇ। ଜଣେ ୧୭ଶହ କୋଟି ଓ ଅନ୍ୟ ଜଣେ ୨୧ଶହ କୋଟି ପୁଞ୍ଜି ନିବେଶ କରିଥିବା ଜଣାପଡ଼ିଛି।
ପ୍ରସ୍ତୁତ ହୋଇଥିବା ଚାର୍ଟ ଅନୁଯାୟୀ ମାର୍ଚ୍ଚ ୨୦୨୨ ସୁଦ୍ଧା କମ୍ପାନୀ ୨ ହଜାର ୬୩୬ କୋଟି ଲାଭ ପାଇବ ବୋଲି ଆଶା ରଖିଛି। ଏବଂ ବଜାରରେ ଏହାର ଶେୟାର ୩୦୦ ଟଙ୍କାରେ ପହଞ୍ଚିବ ବୋଲି ଆକଳନ ହୋଇଛି।
ଏହି ନୂଆ ନିୟମ ଅନୁଯାୟୀ ଉଭୟ ନରେଶ ଗୋଏଲ ଏବଂ ଏତିହାଦ ଏୟାରୱେଜ ନିଜ ନିଜର ୫୧% ଏବଂ ୨୪% ଶେୟାରକୁ ଚୁକ୍ତି ଅନୁଯାୟୀ ଓହରିବେ।


from Odisha Reporter https://ift.tt/2OBmLcA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages