ପ୍ରାକ୍‌ ନିର୍ବାଚନୀ ଚଢ଼ଉ ନିରପେକ୍ଷ ହେବା ଜରୁରୀ: ଇସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ପ୍ରାକ୍‌ ନିର୍ବାଚନୀ ଚଢ଼ଉ ନିରପେକ୍ଷ ହେବା ଜରୁରୀ: ଇସି

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ବିଭିନ୍ନ ତଦନ୍ତକାରୀ ସଂସ୍ଥା ପକ୍ଷରୁ କରାଯାଉଥିବା ଚଢ଼ଉ ରାଜନୀତିକ ଦୃଷ୍ଟିକୋଣରୁ ନିରପେକ୍ଷ ହେବା ଦରକାର ଏବଂ ଏଭଳି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଅଧିକାରୀଙ୍କୁ ସୂଚନା ଦେବା ଜରୁରୀ ବୋଲି ନିର୍ବାଚନ କମିଶନ୍‌ କହିଛନ୍ତି। ମଧ୍ୟପ୍ରଦେଶରେ ଆୟକର ଚଢ଼ଉକୁ ନେଇ ବିବାଦ ପରେ ନିର୍ବାଚନ ନିୟନ୍ତ୍ରକ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏକ ଚିଠିରେ ନିର୍ବାଚନ କମିଶନ କହିଛନ୍ତି, “ନିର୍ବାଚନ ସମୟରେ ସମସ୍ତ ଚଢ଼ଉ କାର୍ଯ୍ୟ, ଏପରିକି ନିର୍ବାଚନ ସମ୍ପର୍କିତ ଚଢ଼ଉ ନିରପେକ୍ଷ ଏବଂ ବିନା ପକ୍ଷପାତରେ ହେବା ଦରକାର। ଯଦି ନିର୍ବାଚନ ସମୟରେ କେହି ସନ୍ଦେହଜନକ ଭାବରେ ଅଧିକ ଅର୍ଥ ଠୁଳ କରିଥିବା ଅଭିଯୋଗ ହୁଏ, ତା ହେଲେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ଯାଏ ତଦନ୍ତକାରୀ ସଂସ୍ଥାମାନେ ନିର୍ବାଚନ କମିଶନଙ୍କୁ ଏହି ବିଷୟରେ ଜଣାଇବେ।”

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଆୟକର ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ତଦନ୍ତକାରୀ ସଂସ୍ଥାଙ୍କ ନାମ ବିଶେଷଭାବରେ ଏଥିରେ ଉଲ୍ଲେଖ କରାଯାଇଛି। ବିଭିନ୍ନ ରାଜ୍ୟ ବିଶେଷ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ଦାବି କରିଆସୁଥିଲେ ଯେ, କେନ୍ଦ୍ର ସରକାର ବିଭିନ୍ନ ସଂସ୍ଥାକୁ ନିଜ ସ୍ୱାର୍ଥରେ ବ୍ୟବହାର କରିଆସୁଛନ୍ତି।



from Odisha Reporter http://bit.ly/2IjznUz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages