ନାରିନ୍‌ ବିସ୍ଫୋରଣ: ୮ ୱିକେଟ୍‌ରେ ଜିତିଲା କୋଲକାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ନାରିନ୍‌ ବିସ୍ଫୋରଣ: ୮ ୱିକେଟ୍‌ରେ ଜିତିଲା କୋଲକାତା

ଜୟପୁର: ଚଳିତ ଆଇପିଏଲ୍‌ର ୨୧ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ବେଶ ସହଜରେ ୮ ୱିକେଟ୍‌ରେ ପରାସ୍ତ କରିଛି କୋଲକାତା ନାଇଟ୍‌ ରାଇଡର୍ସ। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଷ୍ଟିଭ୍‌ ସ୍ମିଥଙ୍କ ଅପରାଜିତ ୭୩ ରନ୍‌ ବଳରେ ୧୩୯ ରନ୍‌ କରିଥିଲା। ଏହାର ଜବାବରେ କୋଲକାତା ମାତ୍ର ୧୩.୫ ଓଭର୍‌ରେ ୨ ୱିକେଟ୍‌ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। କୋଲକାତା ପକ୍ଷରୁ କ୍ରିସ୍‌ ଲୀନ୍‌ ସର୍ବାଧିକ ୫୦ ରନ୍‌ କରିଥିବା ବେଳେ ଅନ୍ୟତମ ଓପନର ସୁନୀଲ ନାରିନ୍‌ ୨୫ ବଲ୍‌ରେ ବିସ୍ଫୋରକ ୪୭ ରନ୍‌ ର ଇନିଂସ୍‌ ଖେଳିଛନ୍ତି।

ଏହି ବିଜୟ ସହ କୋଲକାତା ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚି ଯାଇଛି। ଦଳ ୫ଟି ମ୍ୟାଚ୍‌ରୁ ୪ଟିରେ ଜିତିଥିବା ବେଳେ ଗୋଟିଏରେ ହାରିଛି। ଅର୍ଥାତ ଦଳ ପାଖରେ ୮ ପଏଣ୍ଟ ରହିଛି।
୧୪୦ ରନ୍‌ର ଟାର୍ଗେଟ ପାଇଥିବା କୋଲକାତା ବିସ୍ଫୋରକ ଢଙ୍ଗରେ ଇନିଂସ୍‌ ଆରମ୍ଭ କରିଥିଲା। ବିଶେଷ କରି ସୁନିଲ ନାରିନ୍‌ ରାଜସ୍ଥାନ ବୋଲରଙ୍କ ଉପରେ କଡ଼ା ପ୍ରହାର କରିଥିଲେ। ମାତ୍ର ୮.୩ ଓଭର୍‌ରେ ଦଳ ୯୧ ରନ୍‌ କରି ନେଇଥିଲା। ତେବେ ଦଳୀୟ ସ୍କୋର ୯୧ ଥିବା ବେଳେ ସ୍ପିନର ଶ୍ରେୟସ ଗୋପାଲଙ୍କ ବଲରେ ୪୭ ରନ୍ କରିଥିବା ନାରିନ୍ ପ୍ୟାଭିଲିୟନ୍ ଫେରିଥିଲେ।

ଏହାପରେ କ୍ରିସ୍ ଲୀନ୍ ରବିନ୍‌ ଉତ୍ଥାପ୍ପାଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଲୀନ୍‌ ୫୦ ରନ୍‌ କରିଥିବା ବେଳେ ଗୋପାଲଙ୍କ ଦ୍ୱିତୀୟ ଶିକାର ବନିଥିଲେ। କୋଲକାତା ୧୧୪ରେ ନିଜର ଦ୍ୱିତୀୟ ୱିକେଟ୍‌ ହରାଇଥିଲା।

ଏହାପରେ ଉତ୍ଥପ୍ପା(୨୬) ଓ ଶୁଭମନ ଗିଲ(୬) ଶେଷ ପର୍ଯ୍ୟନ୍ତ ଆଉ କୌଣସି କ୍ଷତି ଘଟାଇବାକୁ ଦେଇଥିଲେ। ଏଥିସହ ଉଭୟ କୋଲକାତାକୁ ୩୭ଟି ବଲ୍‌ ପୂର୍ବରୁ ବିଜୟ କରାଇଥିଲେ। ରାଜସ୍ଥାନ ପକ୍ଷରୁ ଗୋପାଲ ଦୁଇଟି ଯାକ ୱିକେଟ୍‌ ଦଖଲ କରିଛନ୍ତି।

ଏହାପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୩ ୱିକେଟ୍‌ ହରାଇ ୩୯ ରନ୍‌ କରିଥିଲା। ଦଳ ପକ୍ଷରୁ ସ୍ମିଥ ସର୍ବାଧିକ ୭୩ ରନ୍‌ କରିଥିବା ବେଳେ ବଟଲର ୩୭ ରନ୍‌ କରିଥିଲେ।



from Odisha Reporter http://bit.ly/2OUqims

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages