
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରା ଦିନେ ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ। ଅନିଚ୍ଛା ସତ୍ତ୍ୱେ କର୍ମଜୀବୀମାନଙ୍କୁ ଘରୁ ବାହାରିବାକୁ ପଡ଼ିଥାଏ। ଆପଣ ଯେତେ ସତର୍କତାମୂଳକ ପଦକ୍ଷେପ ନେଇ ବାହାରକୁ ଗଲେ ମଧ୍ୟ ଫେରିବା ବେଳକୁ ଝାଳ ହୋଇ ଶରୀରରୁ ଦୁର୍ଗନ୍ଧ ବାହାରିବା ଥୟ। ଏପରି ସ୍ଥଳେ ଫ୍ରେଶ ନ ହେଲେ କିଛି ଭଲ ଲାଗି ନ ଥାଏ। ରାତିରେ ଭଲ ନିଦ ହୋଇନଥାଏ। ଏଥିଲାଗି ବହୁ ଲୋକ ଖରା ଦିନେ ରାତିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି।
କିନ୍ତୁ ନିୟମିତ ଭାବେ ଗାଧୋଇଲେ ବେମାର ପଡ଼ିଯିବା ଆଶଙ୍କାରେ ବହୁ ଲୋକ ଗାଧୋଇବାକୁ ପସନ୍ଦ କରି ନ ଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ରାତିରେ ଗାଧୋଇଲେ ଶରୀରର ଦୁର୍ଗନ୍ଧ ଦୂର ହେବା ସହ ଗରମରୁ ଶାନ୍ତି ମିଳିଥାଏ। ଏହା ସହ ଶରୀର ଲାଗି ମଧ୍ୟ ଏହା ଲାଭଦାୟକ ହୋଇଥାଏ।

ଦୂର ହେବ ଶରୀର ଦୁର୍ଗନ୍ଧ
ଦିନ ସାରା ଖରାର ତାତି ସଂସ୍ପର୍ଶରେ ଆସିବା ଦ୍ୱାରା ଝାଳ ବୋହି ଶରୀର ଅପରିଷ୍କାର ହୋଇଯାଇଥାଏ। ତେଣୁ ରାତିରେ ଗାଧୋଇବା ପରେ ଆପଣ ଫ୍ରେଶ୍ ଅନୁଭବ କରିବେ। ଏହାଦ୍ୱାରା ଶରୀରରେ ଜମା ହୋଇଥିବା ଝାଳ ଓ ଅପରିଷ୍କାର ପଦାର୍ଥ ସଫା ହୋଇଯାଇଥାଏ। ଗାଧୋଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ଓ ବ୍ରଣ ଆଦି ସମସ୍ୟା ଦେଖାଯାଇ ନ ଥାଏ।

ବଢିବ ରୋଗ ପ୍ରତିରୋଧକ କ୍ଷମତା
ଖରା ଦିନେ ରାତିରେ ଗାଧୋଇବା ଅଭ୍ୟାସ ଆପଣଙ୍କୁ ବହୁ ବେମାରରୁ ଦୂରରେ ରଖିବ। ରାତିରେ ଗାଧୋଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ। ଏହାଦ୍ୱାରା ବହୁ ରୋଗ ଆପଣଙ୍କ ପାଖ ମାଡ଼ିବନି।
ରକ୍ତ ସଞ୍ଚାଳନ ଭଲ ହୋଇଥାଏ
ଖରା ଦିନେ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ଏହାଦ୍ୱାରା ହୃଦୟ ରୋଗ ମଧ୍ୟ ହେବାର ଆଶଙ୍କା କମ୍ ଥାଏ। ଏଥିପାଇଁ ଆପଣ ଆପଣଙ୍କ ହୃଦୟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ରାତିରେ ଗାଧୋଇବା ଅଭ୍ୟାସରେ ପକାନ୍ତୁ।

ଦିନସାରା ପରିଶ୍ରମ ପରେ ଚିନ୍ତା ତଥା ଶଙ୍କାରେ ରହୁଥିବା ଲୋକଙ୍କୁ ଭଲ ନିଦ ହୁଏ ନାହିଁ। ଏପରି ସ୍ଥିତିରେ ସେମାନେ ରାତିରେ ଅନିଦ୍ରା ରହିବା ପରି ଅସୁବିଧା ଭୋଗ କରିଥାନ୍ତି। ତେଣୁ ରାତିରେ ଶୋଇବାକୁ ଯିବା ପୂର୍ବରୁ ଗାଧୋଇବାକୁ ଭୁଲନ୍ତୁ ନାହିଁ।
from Odisha Reporter http://bit.ly/2Lfl1Yn
No comments:
Post a Comment