
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଅସରଳା ପଞ୍ଚାୟତର ଆମ୍ୱଗାଡ଼ିଆ ଗାଁ ପାଖରେ ଥିବା ଏକ ଚୁଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୃତକ ହେଉଛନ୍ତି ପୁଆଣିଆ ଗାଁର ସନ୍ତୋଷ କୁମାର ପ୍ରଧାନ(୩୮)।
ଦୁଇ ଦିନ ହେଲା ସନ୍ତୋଷ ନିଖୋଜ ଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି ମଧ୍ୟ କରିଥିଲେ। ହେଲେ ଆଜି ସକାଳେ ଏହି ଚୁଆରୁ ପରିବାର ଲୋକେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।
ସନ୍ତୋଷଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଗାଁ ଲୋକେ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଘଟଣାସ୍ଥଳର ଯାଞ୍ଚ କରିବାକୁ ଦାବି କରିଛନ୍ତି।
from Odisha Reporter http://bit.ly/2VuMv0d
No comments:
Post a Comment