ଧର୍ମ ଆଧାରରେ ଭୋଟ ଭିକ୍ଷା କରି ଅଡୁଆରେ ସିଦ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଧର୍ମ ଆଧାରରେ ଭୋଟ ଭିକ୍ଷା କରି ଅଡୁଆରେ ସିଦ୍ଧୁ

ନିର୍ବାଚନ ବେଳେ କୌଣସି ରାଜନୀତିକ ଦଳ କିମ୍ବା ପ୍ରାର୍ଥୀ ଧର୍ମ, ଜାତି ଆଧାରରେ ଭୋଟ ପାଇଁ ନିବେଦନ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ ରହିଛି। ହେଲେ ନେତାଙ୍କ ମୁହଁରେ କିନ୍ତୁ ବେଲଗାମ୍ ହୋଇଛି ଧର୍ମ ଆଧାରରେ ଭୋଟ ଅପିଲ୍ ପାଇଁ।

ନୂଆଦିଲ୍ଲୀ: ଧର୍ମ ଆଧାରରେ ପୁଣି ଭୋଟ ଭିକ୍ଷା କରି ବିବାଦରେ କଂଗ୍ରେସ ନେତା ନବଜ୍ୟୋତ୍ ସିଂହ ସିଦ୍ଧୁ। ବିହାରରେ ଏକ ନିର୍ବାଚନୀ ପ୍ରଚାରରେ ମୁସଲିମ ଭୋଟରଙ୍କୁ ଅନ୍ୟ କୈଣସି ରାଜନୀତିକ ଦଳଙ୍କୁ ଭୋଟ ନ ଦେବାକୁ ନିବେଦନ କରିଥିଲେ ସିଦ୍ଧୁ। ତେବେ ଏପରି ମନ୍ତବ୍ୟ ଆଚରଣ ବିଧି ଉଲ୍ଲଂଘନ କରୁଥିବା ରାଜନୀତିକ ଦଳ ଅଭିଯୋଗ କରିଥିଲେ। ଏହାପରେ ବିହାର ନିର୍ବାଚମ କମିସନ ସିଦ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏ ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ କମିସନଙ୍କୁ ରିପୋର୍ଟ ବିହାର ନିର୍ବାଚନ କମିସନ ରିପୋର୍ଟ ଦେଇଥିବା ଜଣାପଡ଼ିଛି।

କ’ଣ କହିଥିଲେ ସିଦ୍ଧୁ

ବିହାରର କଟିହାରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ସିଦ୍ଧୁ କହିଥିଲେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସୀ ଏଠି ମୁସଲିମ୍ ପ୍ରାର୍ଥୀ ଦେଇ ଭୋଟ୍ ଦୁଇଭାଗ କରିବାକୁ ଚାହୁଁଛନ୍ତି। ହେଲେ ଏଆଇଏମଆଇଏମ ନୂଆକରି ଆସିଥିବା ଦଳ। ତେଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହରାଇବା ପାଇଁ କିଷାନଗଞ୍ଜ କଂଗ୍ରେସ ପ୍ରାର୍ଥୀ ତାରିକ ଅନୱାରଙ୍କୁ ଭୋଟ୍ ଦେବାକୁ ପଡ଼ିବ ବୋଲି ସିଦ୍ଧୁ କହିଥିଲେ।

ଏହି ନିର୍ବାଚନ ମଣ୍ଡଳୀରେ ୬୫ ପ୍ରତିଶତ ଭୋଟ ମୁସଲିମଙ୍କର ରହିଛି। ତେଣୁ ଏଆଇଏମଆଇଏମ ଏଠି ପ୍ରାର୍ଥୀ ଦେଇଛି। ବିହାରରେ କଂଗ୍ରେସ, ଆରଜେଡ଼ି ନେତ୍ବତ୍ବରେ ମହାମେଣ୍ଚ କରି ଚଳିତ ସାଧାରଣ ନିର୍ବାଚନ ଲଢୁଛି।

ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯୋଗୀ ଆଦିତ୍ୟନାଥ, ମାନେକା ଗାନ୍ଧି, ବିଏସପି ନେତ୍ରୀ ସୁପ୍ରିମୋ ମାୟାବତୀ ଧର୍ମ ଆଧାରରେ ଭୋଟ ପାଇଁ ଅପିଲ୍ କରିବା ପରେ ନିର୍ବାଚନ କମିସନ ତାଙ୍କ ପ୍ରଚାର ଉପରେ ନିର୍ଧାରିତ ସମୟ ପାଇଁ କଟକଣା ଲଗାଇଛନ୍ତି।



from Odisha Reporter http://bit.ly/2ICuaao

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages