ଭାରତର ପାଲଟା ଜବାବ: ପାକ୍‌ର ୮ ପୋଷ୍ଟ ଧ୍ୱଂସ, ୭ ସୈନ୍ୟ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ଭାରତର ପାଲଟା ଜବାବ: ପାକ୍‌ର ୮ ପୋଷ୍ଟ ଧ୍ୱଂସ, ୭ ସୈନ୍ୟ ନିହତ

ନୂଆଦିଲ୍ଲୀ: ପୁଣିଥରେ ଭାରତ-ପାକିସ୍ତାନ ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ସୋମବାର ଦିନ ତମାମ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିବା ବେଳେ ଆଜି ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି।

ଭାରତର ପାଲଟା ଆକ୍ରମଣରେ ରଜୌରୀ ଓ ପୁଞ୍ଚ ସୀମାନ୍ତରେ ଥିବା ପାକିସ୍ତାନର ୮ଟି ସେନା ଆଉଟ୍‌ ପୋଷ୍ଟ ଧ୍ୱଂସ ହୋଇଯାଇଛି। ସେହିପରି ୭ ଜଣ ପାକ୍‌ ସୈନ୍ୟ ନିହତ ହୋଇଥିବା ଖବର ମିଳିଛି। ସୀମାରେ ଏବେ ବି ଗୁଳି ବିନିମୟା ଜାରି ରହିଥିବାରୁ ୫ କିମି ମଧ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଛି।

ସେହିପରି ଜରୁରୀ କାମ ନଥିଲେ ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୀମାରେ ଆଲର୍ଟ ଜାରି କରାଯାଇଛି। ସେହିପରି ସୀମାରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି।

ସୋମବାର ଭୋରରୁ ପାକିସ୍ତାନ ସେନା ପ୍ରଥମେ ପଞ୍ଜାବ ସୀମାନ୍ତ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ୪ଟି ଏଫ୍‌-୧୬ ଯୁଦ୍ଧ ବିମାନ ଉଡ଼ାଇଥିଲା। ଏହାର ମୁକାବିଲା ଭାରତୀୟ ବାୟୁସେନାର ସୁଖୋଇ ଏବଂ ମିରାଜ ପକ୍ଷରୁ ଦିଆଯାଇଥିଲା। ଫଳରେ ପାକ୍‌ ବିମାନ ଗୁଡ଼ିକ ନିଜ ସୀମାକୁ ଫେରି ଯାଇଥିଲେ। ଏହାର କିଛି ସମୟରେ ପାକ୍‌ ସେନା ପୁଞ୍ଜ ଓ ରଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା।

ପାକ୍‌ ସେନାର ମୋର୍ଟାର ଏବଂ ଗୁଳିମାଡ଼ରେ ଜଣେ ବିଏସ୍‌ଏଫ୍‌ ଅଫିସର ସହିଦ ହୋଇଥିବା ବେଳେ ଜଣେ ନାବାଳିକାଙ୍କ ସମେତ ୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୫ ସୁରକ୍ଷାକର୍ମୀଙ୍କ ସହ ୨୨ ଜଣ ସାଧାରଣ ଲୋକ ଆହତ ହୋଇଥିଲା। ତେବେ ପାକିସ୍ତାନର ଏଭଳି ସୀମାରେ ଗୁଳିମାଡ଼ର ବଦଲା ଭାରତୀୟ ସେନା ପକ୍ଷରୁ ଦିଆଯାଇଥିଲା।

ଭାରତ ପକ୍ଷରୁ ପୁଞ୍ଚ ଓ ରଜୌରୀ ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଥିବା ପାକ୍‌ ଆଉଟ୍‌ ପୋଷ୍ଟକୁ ଟାର୍ଗେଟ କରାଯାଇଥିଲା। ଭାରତର ଗୁଳିମାଡ଼ରେ ଏଠାରେ ଥିବା ୮ଟି ପାକ୍‌ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ସେନା ପକ୍ଷରୁ କୁହାଯାଇଛି। ପିଓକେର ରାଖଚିକ୍ରି ଓ ରାୱାଲକୋଟ୍‌ରେ ଥିବା ପାକ୍‌ ସେନାର ଫରୱାର୍ଡ ଆଉଟ୍‌ ପୋଷ୍ଟକୁ ଭାରତୀୟ ସେନା ନଷ୍ଟ କରିଦେଇଛନ୍ତି। ଏବେ ବି ଭାରତ ଓ ପାକ୍‌ ସେନା ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

ଅନ୍ୟପକ୍ଷରେ ପାକିସ୍ତାନ ସେନା ପକ୍ଷରୁ କୌଣସି ଆଉଟ୍‌ ପୋଷ୍ଟ ଧ୍ୱଂସ ହୋଇ ନାହିଁ ବୋଲି କୁହାଯାଇଛି। ତେବେ ଭାରତୀୟ ସେନାର ଗୁଳିମାଡ଼ରେ ୩ ଜଣ ପାକ୍‌ ସୈନ୍ୟ ପ୍ରାଣ ହରାଇଥିବା ପାକ୍‌ ସ୍ୱୀକାର କରିଛି।

ସୋମବାର ପାକ୍‌ ସେନା ପକ୍ଷରୁ ବୋମା ଏବଂ ୧୨୦ ଏମଏମ ମୋର୍ଟାର ଦ୍ୱାରା ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଗାଁ ଏବଂ ସୀମା ପୋଷ୍ଟଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ତେବେ ବିଏସ୍‌ଏଫ୍‌ ଇନ୍‌ସପେକ୍ଟର ସହିଦ ହେବା ପରେ ଭାରତ ପକ୍ଷରୁ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସୋମବାର ସକାଳେ ପାକ୍‌ ସେନା ପ୍ରଥମେ ପୁଞ୍ଚ ପରେ ଶାହାପୁର, କେରନୀ, ମେନ୍ଧର,କ୍ରିଷ୍ଣାଘାଟି, ମନକୋଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା। ଫେବୃଆରୀ ୨୬ ଭାରତର ଏୟାର ଷ୍ଟ୍ରାଇକ୍‌ ପରେ ଉଭୟ ଦେଶ ପକ୍ଷରୁ ସୀମାରେ ଅଧିକ ସଂଖ୍ୟକ ସେନା ମୁତୟନ କରାଯାଇଛି। ଏଭଳି ସ୍ଥିତିରେ ପରସ୍ପର ଉପରେ ଆକ୍ରମଣ ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି।



from Odisha Reporter https://ift.tt/2YFZE5a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages