
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): କଟକ-ପାରାଦୀପ ରାସ୍ତାର ହୁକୁଟୋଲା ନିକଟରେ ଟାଟା ମ୍ୟାଜିକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି।
ମୃତକ ହେଲେ ନଳିନୀ କାନ୍ତ ବେହେରା। ସେ ଏକ ଯାତ୍ରା ପାର୍ଟିରେ ନୃତ୍ୟଶିଳ୍ପୀ ଭାବେ କାମ କରୁଥିଲେ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ନଳିନୀଙ୍କୁ ମୃତ ଘୋଷଣା କରିଥିଲେ।
ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2TPBpxK
No comments:
Post a Comment