ଜନ୍ମଦିନରେ ଜାଣନ୍ତୁ ବିରୁଷ୍କାଙ୍କ ବିବାହ ସିକ୍ରେଟ୍‌ ବିଷୟରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଜନ୍ମଦିନରେ ଜାଣନ୍ତୁ ବିରୁଷ୍କାଙ୍କ ବିବାହ ସିକ୍ରେଟ୍‌ ବିଷୟରେ

ମୁମ୍ବାଇ:ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ କୁହାଯାଇଥିବା ଅନୁଷ୍କା ଶର୍ମାଙ୍କ ଆଜି ହେଉଛି ୩୧ ତମ ଜନ୍ମଦିନ। ଅନୁଷ୍ମା ୧୯୮୮ ମସିହାରେ ଆଜିର ଦିନରେ ଅଯୋଧ୍ୟାରେ ଜନ୍ମ ଗ୍ରହଣ କରିଥିଲେ। ଏବେ ଅନୁଷ୍କା ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୧୦ ବର୍ଷ ପୂରା କରିସାରିଛନ୍ତି। ବହୁ ଲୋକପ୍ରିୟ ଫିଲ୍ମ ‘ରବ୍‌ ନେ ବନାଦି ଯୋଡ଼ି’ ଫିଲ୍ମରୁ ସେ ବଲିଉଡ୍‌ରେ ପାଦ ରଖିଥିଲେ। କେବଳ ଏତିକି ନୁହେଁ ଅନୁଷ୍କା ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ୍‌ କୋହଲିଙ୍କୁ ଗତ ୨୦୧୭ ମସିହାରେ ଇଟାଲିରେ ବିବାହ କରିଥିଲେ। ଏହାପରେ ଏହି ଯୋଡ଼ି ମିଡ଼ିଆରେ ବିରୁଷ୍କା ନାମରେ ପରିଚିତ।

ତେବେ ଅନୁଷ୍କାଙ୍କ ବିଷୟରେ ଯଦି କହିବା ସେ ତାଙ୍କର ବ୍ୟକ୍ତିଗତ ଜୀବନକୁ ମିଡିଆ ସାମ୍ନାକୁ ଆଣିବାକୁ ପସନ୍ଦ କରନ୍ତି ନାହିଁ। ତେବେ ବିଗତ କିଛି ଦିନରେ ସେ ତାଙ୍କ ବିବାହକୁ ନେଇ କିଛି ରାଜ୍‌ ଖୋଲିଛନ୍ତି। ସେ କହିଥିଲେ ଯେ,‘ମୋ ବାହାଘରରେ ମାତ୍ର ୪୨ ଜଣ ଲୋକ ଥିଲେ। ମୁଁ କୌଣସି ସେଲିବ୍ରିଟିଙ୍କୁ ବାହାଘରରେ ସାମିଲ୍‌ କରିବାକୁ ଚାହୁଁ ନ ଥିଲି’।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ‘ବିରାଟ୍‌ଙ୍କ ସହ କଥା ହେଲା ବେଳେ ସେ ନିଜର ଭୁଲ୍‌ ନାମ କହିଥିଲେ। ବୋଧେ ବିରାଟ୍‌ ତାଙ୍କ ନାମ ରାହୁଲ୍‌ କହିଥିଲେ’।
ଏଠାରେ ଆପଣଙ୍କୁ କହିରଖିବାକୁ ଚାହଁଛୁ ଯେ, ବିରାଟ୍‌ ଏବଂ ଅନୁଷ୍କା ୪ ବର୍ଷ ଡେଟ୍‌ କଲା ପରେ ବିବାହ କରିଥିଲେ।

କେବଳ ଏତିକି ନୁହେଁ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିବାର ଖବର ମଧ୍ୟ କାହା ପାଖରେ ନ ଥିଲା। ଏପରିକି ଦୁହେଁ ବିବାହ କରିବାକୁ ଯାଉଛନ୍ତି ବୋଲି କେହି ଜାଣିବାକୁ ପାଇ ନଥିଲେ। ବିବାହ ପରେ ତାଙ୍କ ଫଟୋ ଦେଖି ଦୁହେଁ ବିବାହ କରିଛନ୍ତି ବୋଲି ଜଣାପଡ଼ିଥିଲା।

ଅନୁଷ୍କାଙ୍କ ଫିଲ୍ମ କ୍ୟାରିୟର୍‌

ଅନୁଷ୍କା ତାଙ୍କ ଫିଲ୍ମ କ୍ୟାରିୟର୍‌ ଭିତରେ ବହୁତ ହିଟ୍‌ ଫିଲ୍ମ ଦେଇଛନ୍ତି। ତେବେ ଅନୁଷ୍କାଙ୍କର ଏହି ୫ଟି ଫିଲ୍ମ ତାଙ୍କୁ ସଫଳତାର ଶିର୍ଷକୁ ନେଇଯିବା ସହ ବହୁ ଲୋକପ୍ରିୟ ମଧ୍ୟ କରିଛି। ଜାଣନ୍ତୁ ସେହି ଫିଲ୍ମ ଗୁଡ଼ିକ ବିଷୟରେ।

ରବ୍‌ ନେ ବନାଦି ଯୋଡ଼ି (୨୦୦୮)

ୟସ୍‌ରାଜ୍‌ ଫିଲ୍ମରୁ ନିଜ ଫିଲ୍ମ କ୍ୟାରିୟର୍‌ ଆରମ୍ଭ କରିଥିବା ଅନୁଷ୍କାଙ୍କର ‘ରବ୍‌ ନେ ବନାଦି ଯୋଡ଼ି’ ଫିଲ୍ମ ବହୁତ ଲକି ଥିଲା। ଏହି ଫିଲ୍ମରେ ସେ ତାନି ଭୂମିକାରେ ଅଭିନୟ କରିଥିଲେ। ଏହି ଅଭିନୟରୁ ହିଁ ଅନୁଷ୍କା ଦର୍ଶକଙ୍କ ହୃଦୟରେ ଜାଗା ତିଆରି କରିପାରିଥିଲେ।

ବ୍ୟାଣ୍ଡ ବାଜା ବାରାତ୍‌ (୨୦୧୧)

ଅନୁଷ୍କା ପୁଣି ଥରେ ୨୦୧୧ରେ ‘ବ୍ୟାଣ୍ଡ ବାଜା ବାରତ୍‌’ ଫିଲ୍ମରେ ନଟ୍‌ଖଟ୍‌, ଚଞ୍ଚଳ ଏବଂ ରୋମାଣ୍ଟିକ୍‌ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିତିପାରିଥିଲେ। ଏହି ଫିଲ୍କରେ ରଣବୀର୍‌ ସିଂ ତାଙ୍କ ହିରୋ ହୋଇଥିଲେ।

ଜବ୍‌ ତକ୍‌ ହୈ ଜାନ୍‌ (୨୦୧୨)

ଏହି ଫିଲ୍ମରେ ଅନୁଷ୍କା ପୁଣି ଥରେ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ସହ ଅଭିନୟ କରିଥିଲେ। ଏହି ଫିଲ୍ମରେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା ମଧ୍ୟ ଅଭିନୟ କରିଥିଲେ। ଫିଲ୍ମଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିବା ସହ ଗୀତଗୁଡ଼ିକ ମଧ୍ୟ ଖୁବ୍‌ ଭଲ ହୋଇଥିଲା।

ଏନ୍‌ଏଚ୍‌ ୧୦(୨୦୧୫)

ଅନୁଷ୍କା ସବୁବେଳେ ନଟ୍‌ଖଟ୍‌, ଚୁଲ୍‌ବୁଲି ଭୂମିକାରେ ଅଭିନୟ କରି ଲୋକଙ୍କ ମନ ଜିତିପାରିଥିଲେ। କିନ୍ତୁ, ଏନ୍‌ଏଚ୍‌ ୧୦ରେ ସେ ଗମ୍ଭୀର ଭୂମିକାରେ ଅଭିନୟ କରିଥିଲେ।

ଜିରୋ(୨୦୧୮)

ଅନୁଷ୍କା ୨୦୦୮ରେ ଶାହାରୁଖ୍‌ ଖାନ୍‌ଙ୍କ ସହ ଫିଲ୍ମ କ୍ୟାରିୟର୍‌ ଆରମ୍ଭ କରିଥିଲା ବେଳେ ୨୦୧୮ରେ ପୁଣି ଥରେ ଜିରୋ ଫିଲ୍ମରେ ତାଙ୍କ ସହ ଅଭିନୟ କରିବାର ଦେଖିବାକୁ ମିଳିଥିଲା।



from Odisha Reporter http://bit.ly/2V5yoiz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages