‘ଫୋନି’ ପାଇଁ ୧୧ଟି ଜିଲ୍ଲାରୁ ଉଠିଲା ଆଦର୍ଶ ଆଚରଣ ବିଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

‘ଫୋନି’ ପାଇଁ ୧୧ଟି ଜିଲ୍ଲାରୁ ଉଠିଲା ଆଦର୍ଶ ଆଚରଣ ବିଧି

election

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’କୁ ଦୃଷ୍ଟିରେ ରଖି ରାଜ୍ୟର ୧୧ଟି ଜିଲ୍ଲାରୁ ନିର୍ବାଚନ ପାଇଁ ଲାଗିଥିବା ଆଦର୍ଶ ଆଚରଣ ବିଧିକୁ ଉଠାଇ ଦିଆଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସ୍କ୍ରିନିଂ କମିଟି ପକ୍ଷରୁ କରାଯାଇଥିବା ସୁପାରିସ୍‌କୁ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି।

ନିର୍ବାଚନ କମିଶନଙ୍କ ଅନୁମତି କ୍ରମେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରୁ ଆଦର୍ଶ ଆଚରଣ ବିଧି ଉଠାଇ ଦିଆଯାଇଛି।

ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଫୋନି’ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ତଥା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ନିର୍ବାଚନ କମିଶନ ଏହି କଟକଣା ଉଠାଇ ଦେଇଛନ୍ତି। ଏହାଫଳରେ ବାତ୍ୟା ସମୟରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହଜ ହେବ। ସରକାରୀ ଅଧିକାରୀମାନେ ବିନା ବାଧାରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ କରିପାରିବେ।

ରାଜ୍ୟ ସରକାରଙ୍କ ସ୍କ୍ରିନିଂ କମିଟିର ନିଷ୍ପତ୍ତି ଅନୁସାରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ପହଞ୍ଚି ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରୁ ଆଚରଣ ବିଧି ପ୍ରତ୍ୟାହାର କରିନେବାକୁ ଅନୁରୋଧ ସେ କରିଥିଲେ।

ସୂଚନାଯୋଗ୍ୟ, ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଫୋନି’ର ପ୍ରଭାବ ଦେଖିବାକୁ ମିଳିବ। ୩ ତାରିଖରେ ଏହା ଗୋପାଳପୁରରୁ ଚାନ୍ଦିପୁର ମଧ୍ୟରେ କୌଣସି ସ୍ଥାନରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।



from Odisha Reporter http://bit.ly/2ZVMSAi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages