
ମୁମ୍ବାଇ: ଅଭିନେତା ସଲମାନ ଖାନ ତାଙ୍କର ଜଣେ ପ୍ରଶଂସକଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣା ମୁମ୍ବାଇର ଡିଏନ୍ ନଗର ଥାନାରେ ହୋଇଥିବା ଏକ ଲିଖିତ ଅଭିଯୋଗରୁ ଜଣାପଡ଼ିଛି। ପ୍ରଶଂସକ ଜଣକ ମୋବାଇଲରେ ଭିଡିଓ ରେକର୍ଡିଂ କରୁଥିବା ସମୟରେ ସଲମାନ ତାଙ୍କ ଫୋନ୍ ଛଡ଼ାଇନେଇଥିଲେ ବୋଲି ସେ କହିଛନ୍ତି। ସଲମାନ ମୁମ୍ବାଇର ଏକ ସଡ଼କରେ ସାଇକେଲ ଚଲାଉଥିବାର ଦୃଶ୍ୟ ଦେଖି ଏହି ପ୍ରଶଂସକଜଣକ ଭିଡିଓ ରେକର୍ଡିଂ କରୁଥିଲେ।
ଅନ୍ୟପକ୍ଷରେ ସଲମାନ ଖାନ୍ଙ୍କ ଅଙ୍ଗରକ୍ଷୀ ଉକ୍ତ ପ୍ରଶଂସକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଏହି ବ୍ୟକ୍ତି ଜଣକ ସଲମାନଙ୍କୁ ବେଶ୍ କିଛି ବାଟ ଅନୁସରଣ କରିଥିଲେ ଏବଂ ବିନା ଅନୁମତିରେ ତାଙ୍କର ଭିଡିଓ ଶୁଟିଂ କରିଥିଲେ।
କିନ୍ତୁ ଅଭିଯୋଗକାରୀ ପ୍ରଶଂସକ ଉଭୟ ସଲମାନ ଏବଂ ତାଙ୍କ ଅଙ୍ଗରକ୍ଷୀ ତାଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସେ ଭିଡିଓ ଶୁଟିଂ କରିବା ପୂର୍ବରୁ ସେ ଅଙ୍ଗରକ୍ଷୀଙ୍କ ଅନୁମତି ନେଇଥିଲେ।
ସୂଚନାଯୋଗ୍ୟ ଯେ, ସଲମାନଙ୍କ ଆଗାମୀ ଫିଲ୍ମ ‘ଭାରତ’ର ଟ୍ରେଲର ରିଲିଜ୍ ହୋଇ ବେଶ ଆଦୃତି ପାଇ ସାରିଛି। ଆଜି ରିଲିଜ୍ ହୋଇଥିବା ଏହି ଫିଲ୍ମର ଗୀତ ‘ସ୍ଲୋ ମୋଶନ୍’ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି।
from Odisha Reporter http://bit.ly/2vjv1Fn
No comments:
Post a Comment