
ବେଙ୍ଗାଲୁରୁ: ମିଷ୍ଟର ୩୬୦ ନାଁରେ ପରିଚିତ ସାଉଥ ଆଫ୍ରିକାର ଧୁଆଁଦାର ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ରୂପ ବୁଧବାର ଦିନ ଆଇପିଏଲ୍ରେ ଦେଖିବାକୁ ମିଳିଛି। ସେ ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ୪୪ଟି ବଲ୍ରେ ଅପରାଜିତ ୮୫ ରନ୍ ଇନିଂସ୍ ଖେଳିଛନ୍ତି। ତେବେ ଏହି ଇନିଂସ୍ରେ ଡିଭିଲୟର୍ସଙ୍କ ଗୋଟିଏ ହାତରେ ଛକା ମାରିବାର ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମହମ୍ମଦ ଶାମିଙ୍କୁ ୧୯ତମ ଓଭର୍ରେ ଡିଭିଲିୟର୍ସ ଲଗାତର ୩ଟି ଛକା ମାରିଥିଲେ। ଏହି ସମୟରେ ଶାମି ଗୋଟିଏ ବଲ୍ ଡିଭିଲୟର୍ସଙ୍କ ମୁହଁକୁ ଲକ୍ଷ୍ୟ କରି ଖୁବ୍ ଜୋରରେ ପକାଇଥିଲେ। ତେବେ ଚତୁର ଡିଭିଲିୟର୍ସ ବେଶ ଆକର୍ଷଣୀୟ ଶୈଳୀରେ ଏହାକୁ ଗୋଟିଏ ହାତରେ ଖେଳି ବଲ୍ଟିକୁ ଏମିତି ମାରିଥିଲେ ଯେ ବଲ୍ଟି ସିଧା ଚିନ୍ନାସ୍ୱାମୀ ଷ୍ଟାଡିୟମର ଛାତରେ ଯାଇ ପଡ଼ିଥିଲା।
ଦେଖନ୍ତୁ ଭିଡିଓ
from Odisha Reporter http://bit.ly/2XFCv1p
No comments:
Post a Comment