କାଳବୈଶାଖୀ ନେଲା ମା’,ଝିଅଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

କାଳବୈଶାଖୀ ନେଲା ମା’,ଝିଅଙ୍କ ଜୀବନ

death

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଭଇଁଷାଟାଲ ପଞ୍ଚାୟତର ଭଣ୍ଡାରପୁରୀ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଘର ଉପରେ ଗଛ ପଡ଼ିଯିବାରୁ ମା’ଝିଅଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ  ଗଣେଶୀ ତାଣ୍ଡି ଓ ତାଙ୍କ ଝିଅ ତୁଳସୀ ତାଣ୍ଡି।

ଗଣେଶୀଙ୍କ ସ୍ୱାମୀ ପୁନିତରାମ ତାଣ୍ଡିଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ପୁନିତରାମଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ଏ ଘଟଣା ଘଟିଥିଲା। ବିଳମ୍ୱିତ ରାତିରେ ସେଠାରେ କାଳବୈଶାଖୀ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ତାଙ୍କ ଘର ପାଖରେ ଥିବା ଏକ ବିରାଟ ଗଛ ଉପୁଡ଼ି ଯାଇଥିଲା ଓ ଘର ଉପରେ ପଡ଼ିଯାଇଥିଲା। ଫଳରେ ଗଣେଶୀ ଓ ତୁଳସୀଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଦମକଳବାହିନୀ ପହଞ୍ଚି ପୁନିତରାମଙ୍କୁ ଉଦ୍ଧାର କରିଥିଲା।



from Odisha Reporter http://bit.ly/2V9w3lR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages