କଂଗ୍ରେସର ଅଭିଯୋଗ: ରାହୁଲ ଗାନ୍ଧିଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

କଂଗ୍ରେସର ଅଭିଯୋଗ: ରାହୁଲ ଗାନ୍ଧିଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା !

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିଜ ନିର୍ବାଚନ ମଣ୍ଡଳୀ ଆମେଠିରେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଛି। କଂଗ୍ରେସ ପକ୍ଷରୁ ଅଭିଯୋଗ କରି କୁହାଯାଇଛି, ସୁରକ୍ଷାରେ ଅବହେଳା କାରଣରୁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ରାହୁଲ ଆମେଠି ଗସ୍ତରେ ଯାଇଥିବା ସମୟରେ କେହି ଜଣେ ସ୍ନାଇପର ଯୋଗେ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି। ପୂର୍ବରୁ ଗାନ୍ଧି ପରିବାରର ଅନେକ ସଦସ୍ୟ ପ୍ରାଣ ହରାଇସାରିଛନ୍ତି। ରାହୁଲଙ୍କ ଜେଜେମା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏବଂ ବାପା ରାଜୀବ ଗାନ୍ଧି ମଧ୍ୟ ଏଭଳି ଆକ୍ରମଣ କାରଣରୁ ପ୍ରାଣ ହରାଇଥିବାରୁ ରାହୁଲଙ୍କୁ ମଧ୍ୟ ହତ୍ୟା କରିବାର ଉଦ୍ୟମ କରାଯାଇଥିବା ଚର୍ଚ୍ଚାକୁ କେହି ସହଜରେ ଅସ୍ୱୀକାର କରିପାରୁନାହାନ୍ତି।

ଆଜି କଂଗ୍ରେସ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏକ ଚିଠି ଜରିଆରେ ଏହି ଅଭିଯୋଗ ଅଣାଯାଇଛି। ଏଥିରେ ଦର୍ଶାଯାଇଛି କେହି ଜଣେ ସ୍ନାଇପର ଯୋଗେ ତାଙ୍କୁ ହତ୍ୟା କରିବାର ଉଦ୍ୟମ କରୁଥିଲା। ସ୍ନାଇପର ଯୋଗେ ଏହି ହତ୍ୟାକାଣ୍ଡ ଘଟାଇବାର ଷଡ଼ଯନ୍ତ୍ର କରାଯାଇଥିଲା ଏବଂ କିଛି ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ରାହୁଲଙ୍କ ମଥାରେ ସ୍ନାଇପରରୁ ବାହାରିଥିବା ସବୁଜ ରଙ୍ଗର ଲେଜର ଲାଇଟ୍‌ ପକାଯାଇଥିଲା। ରାହୁଲଙ୍କ ହତ୍ୟା କରିବା ପାଇଁ ଏଭଳି ୭ଥର ଉଦ୍ୟମ କରାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇଛି।

ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ପୂର୍ବତନ ସୁରକ୍ଷା ଅଧିକାରୀ ଭିଡିଓ ଦେଖି କହିଛନ୍ତି ଏହା ସ୍ନାଇପର ବନ୍ଧୁକ ଭଳି କିଛି ଶକ୍ତିଶାଳୀ ବନ୍ଧୁକରୁ ବାହାରିଥିବା ଲେଜର ଲାଇଟ୍‌। ଏହି ଚିଠିରେ ରଣଦୀପ ସୂର୍ଯ୍ୟେୱାଲା, ଅହମ୍ମଦ ପଟେଲ ଏବଂ ଜୟରାମ ରମେଶଙ୍କ ସ୍ୱାକ୍ଷର ରହିଛି।

ରାହୁଲ ଗତ ୧୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଉତ୍ତରପ୍ରଦେଶର ଆମେଠି ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ସମୟରେ ଏହି ଲେଜର ଲାଇଟ୍‌ ପଡ଼ିଥିଲା। କଂଗ୍ରେସ ଚିଠି ସହିତ ଏକ ପେନ୍‌ଡ୍ରାଇଭ୍‌ରେ ଲେଜର ଲାଇଟ୍‌ ପଡ଼ିଥିବାର ପ୍ରମାଣ ସ୍ୱରୂପ ଏକ ଭିଡିଓ ଦେଇଛନ୍ତି। ଏଭଳି ୨ଥର ଲେଜର ଲାଇଟ୍‌ ପଡ଼ିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

ଅନ୍ୟପକ୍ଷରେ ଗୃହମନ୍ତ୍ରଣାଳୟ ଏପରି କୌଣସି ଚିଠି ପାଇନଥିବା ଦର୍ଶାଇଛି। କିନ୍ତୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏସ୍‌ପିଜି ମୁଖ୍ୟ ଏହି ଭିଡିଓ କ୍ଲିପିଂ ଦେଖିବା ପରେ ନିଶ୍ଚିତ ହୋଇଛନ୍ତି ଏହାର ସୁରକ୍ଷା ସହିତ କୌଣସି ସମ୍ପର୍କ ନାହିଁ। ଏହି ଗ୍ରୀନ୍‌ ଲାଇଟ୍‌ ଘଟଣାସ୍ଥଳରେ ଫଟୋ ଉଠାଉଥିବା ଏଆଇସିସି ଫଟୋଗ୍ରାଫରଙ୍କ ମୋବାଇଲରୁ ଆସୁଥିବା କୁହାଯାଇଛି। ଏସ୍‌ପିଜି ନିର୍ଦ୍ଦେଶକଙ୍କ ପକ୍ଷରୁ ଏ ବିଷୟରେ ରାହୁଲଙ୍କ ନିକଟତମ ଲୋକଙ୍କୁ ଜଣାଇଦିଆଯାଇଛି।

ଗତବର୍ଷ ଏପ୍ରିଲରେ କର୍ଣ୍ଣାଟକା ନିର୍ବାଚନ ପ୍ରଚାର ଚାଲିଥିବାବେଳେ ରାହୁଲ କର୍ଣ୍ଣାଟକା ନେଇଥିବା ବିମାନରେ କିଛି ତ୍ରୁଟି ଦେଖାଯାଇଥିଲା। ଏଥିରେ ଜାଣିଶୁଣି ସମସ୍ୟା ସୃଷ୍ଟି କରାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇଥିଲା। ଏହାପରେ ବେସାମରିକ ବିମାନ ସେବା କର୍ତ୍ତୃପକ୍ଷ ଡିଜିସିଏ ପକ୍ଷରୁ ଉତ୍ତର ଦିଆଯାଇଥିଲା, ଏହି ସମୟରେ ବିମାନ ଅଟୋ ପାଇଲଟ୍‌ ମୋଡ୍‌ରେ ଥିବାରୁ ସମସ୍ୟା ହୋଇଥିଲା ଯାହାକି ଅତି ଅସାଧାରଣ ନୁହେଁ। ପରେ ପାଇଲଟ୍‌ ମାନୁଆଲ ମୋଡ୍‌କୁ ଆଣି ଏହାକୁ ଲ୍ୟାଣ୍ଡ କରାଇଥିଲେ।



from Odisha Reporter http://bit.ly/2X64eYZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages