ରକ୍ତମୁଖା ମାଓବାଦୀ: ପୋଲିଂ କର୍ମଚାରୀଙ୍କ କାର ଆଗରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରି ଗୁଳି ମାରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ରକ୍ତମୁଖା ମାଓବାଦୀ: ପୋଲିଂ କର୍ମଚାରୀଙ୍କ କାର ଆଗରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରି ଗୁଳି ମାରିଲେ

କନ୍ଧମାଳ(ଓଡ଼ିଶା ରିପୋର୍ଟର):ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ବଡ଼ ଧରଣର ଲାଲ୍ ହିଂସା। କନ୍ଧମାଳର ଦୁଇ ଦୁଇଟି ସ୍ଥାନରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଗୋଛାପଡ଼ାରେ ପୋଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଫିରିଙ୍ଗିଆରେ ପୋଲିଂ ପାର୍ଟିଙ୍କ ଗାଡ଼ି ଜାଳିଦେଲେ ଲାଲବାହିନୀ। ଏହି ଦୁଇଟି ଘଟଣା ପରେ ମାଓ ଇଲାକାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ କରାଇବା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଭୋଟ୍ ପୂର୍ବରୁ କନ୍ଧମାଳର ଦୁଇ ଦୁଇଟି ସ୍ଥାନରେ ମାଓବାଦୀମାନେ ହିଂସାକାଣ୍ଡ ଭିଆଇଛନ୍ତି।

ଫିରିଙ୍ଗିଆ ଥାନା ମୁଙ୍ଗୁନିପଦରରେ ପୋଲିଂ ପାର୍ଟି ଗାଡ଼ି ଜାଳିବା ପରେ ଗୋଛାପଡ଼ା ଥାନା ବାରାଲା ଗାଁ ନିକଟରେ ପୋଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ବାରାଲା ଗାଁ ନିକଟରେ ନିର୍ବାଚନ କର୍ମଚାରୀଙ୍କୁ ନେଇ ଯାଉଥିବା ଗାଡ଼ି ଆଗରେ ହଠାତ୍ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏହାପରେ ଗାଡ଼ିଟି ଅଟକିଥିବାବେଳେ ଅତର୍କିତ ଗୁଳିମାଡ଼ ହୋଇଥିଲା। ମୁଣ୍ଡରେ ଗୁଳି ବାଜିବାରୁ ଟଳି ପଡିଥିଲେ ପୋଲିଂ କର୍ମଚାରୀ ତଥା ଗ୍ରାମ ରୋଜଗାର ସେବକ ସଂଯୁକ୍ତା ଦିଗଲ। ତୁରନ୍ତ ତାଙ୍କୁ ଗୋଛାପଡ଼ା ମେଡିକାଲ ଅଣାଯାଇଥିଲା। ହେଲେ ତାଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣା ପୂର୍ବରୁ ଆଜି ଆଉ ଏକ ହିଂସା ଘଟାଇଥିଲେ ମାଓବାଦୀ। ଫିରିଙ୍ଗିଆ ଥାନା ମୁଙ୍ଗୁନିପଦର ବୁଥ୍‌ ପୋଲିଂ ପାର୍ଟି ନେଇ ଯାଉଥିବା ଗାଡ଼ିକୁ ଅଟକାଇଥିଲେ। ସେଥିରୁ ପୋଲିଂ ଷ୍ଟାଫ୍‌କୁ ଓହ୍ଲାଇବାପରେ ଗାଡ଼ିଟିକୁ ଜାଳି ଦେଇଥିଲେ ଲାଲବାହିନୀ।

ଏହି ଦୁଇଟି ଘଟଣା ପରେ ଦ୍ୱିତୀୟ ପର୍ଯ୍ୟାୟରେ କନ୍ଧମାଳ, ସୁନ୍ଦରଗଡ଼ ଓ ବଲାଙ୍ଗିର ଲୋକସଭା ଆସନ ଅନ୍ତର୍ଗତ ଅଧିକାଂଶ ବିଧାନସଭା କ୍ଷେତ୍ର ମାଓପ୍ରବଣ ଇଲାକାରେ ଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଠିକ୍ ୨ଦିନ ପୂର୍ବରୁ ଛତିଶଗଡ଼ ଦାନ୍ତେଓ୍ୱାଡାରେ ହୋଇଥିଲା ଲାଲ ହିଂସା । ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡିକୁ IED ବିସ୍ଫୋରଣରେ ଉଡାଇ ଦେଇଥିଲେ ମାଓବାଦୀ। ଏଥିରେ ବିଧାୟକ ମାଣ୍ଡଭିଙ୍କ ସହ ତାଙ୍କ ଡ୍ରାଇଭର ଓ ଗାଡିରେ ଥିବା ୩ ସୁରକ୍ଷାକର୍ମୀଙ୍କୁ ମିଶାଇ ୫ ଜଣଙ୍କ ଜୀବନ ଯାଇଥିଲା ସେହିପରି ଏହି ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାର ୧୫ଟି ବୁଥ୍‌ରେ ମାଓବାଦୀଙ୍କ ଭୟରେ ଗୋଟିଏ ବି ଭୋଟ୍ ପଡିନଥିଲା।



from Odisha Reporter http://bit.ly/2VbH8CG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages