ମଇଦାନକୁ ଓହ୍ଲାଇ ପାରୁନି କଂଗ୍ରେସ, ଲଢ଼ିବା ପୂର୍ବରୁ ପରାଜୟ ସ୍ୱୀକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ମଇଦାନକୁ ଓହ୍ଲାଇ ପାରୁନି କଂଗ୍ରେସ, ଲଢ଼ିବା ପୂର୍ବରୁ ପରାଜୟ ସ୍ୱୀକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍, କିନ୍ତୁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏ ପର୍ଯ୍ୟନ୍ତ ନିର୍ବାଚନ ମଇଦାନକୁ ଓହ୍ଲାଇବା ସମ୍ଭବପର ହୋଇନି। ୨ଟି ପର୍ଯ୍ୟାୟରେ ୯ ଲୋକସଭା ଓ ୬୩ ବିଧାନସଭା ଆସନରେ ପ୍ରଚାର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଦଳର ଷ୍ଟାର ପ୍ରଚାରକଙ୍କ ଦେଖା ମିଳିନି। ରାଜ୍ୟରେ ସହଯୋଗୀ ଦଳଙ୍କୁ ୩ଟି ଲୋକସଭା ଓ ୭ଟି ବିଧାନସଭା ଆସନ ଛାଡ଼ି ଅନ୍ୟ ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବା କଂଗ୍ରେସ ରାଜ୍ୟରେ ପ୍ରଥମ ଥର ପାଇଁ ଲଢ଼େଇ ପୂର୍ବରୁ ପରାଜୟ ସ୍ୱୀକାର କରି ନେଇ ନିଜକୁ ପ୍ରଚାର ମଇଦାନରୁ ଦୂରେଇ ରଖିଛି। ଦଳୀୟ କନ୍ଦଳ ଓ ଅସନ୍ତୋଷ ମଧ୍ୟରେ ଯେଉଁମାନେ ବି କଂଗ୍ରେସ ଟିକେଟରେ ମଇଦାନକୁ ଓହ୍ଲାଇଛନ୍ତି ସେମାନେ ନିଜ ନିଜ ସ୍ତରରେ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ କରୁଥିବା ଦେଖିବାକୁ ମିଳିଛି।

ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନ ପୂର୍ବରୁ ଫୁଲ୍ ଜୋଶରେ ଥିବା ପ୍ରଦେଶ କଂଗ୍ରେସ ଅଚାନକ ଶିଥିଳ ପଡ଼ିଗଲା କାହିଁକି? ରାଜନୀତିକ ବିଶ୍ଲେଷକଙ୍କ ମତରେ, ଦେଶର ପ୍ରମୁଖ ଜାତୀୟ ଦଳ ଭାବେ କଂଗ୍ରେସ ଓଡ଼ିଶାରେ ଯେଭଳି ନିର୍ବାଚନ ଲଢିବା କଥା ସେପରି ଆଭିମୁଖ୍ୟ ପୋଷଣ କରୁନି। ଦଳର ରାଜ୍ୟସ୍ତରୀୟ ବରିଷ୍ଠ ନେତାମାନେ ଏବେ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସ୍ୱର ଉତ୍ତୋଳନ କରିପାରୁ ନାହାନ୍ତି। ତା’ଛଡ଼ା ଏବେ ମୁହଁ ଖୋଲିଲେ ତା’ର ପ୍ରଭାବ କଂଗ୍ରେସ ଭୋଟ ଉପରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ନିର୍ବାଚନ ସରିବା ପରେ କଂଗ୍ରେସରେ ଟିକେଟ ବିକ୍ରି ଓ ବିଜେଡି ସହ ପିସିସିର ଗୋପନ ବୁଝାମଣା ଅଭିଯୋଗ ବ୍ୟାପକ ରୂପ ଧାରଣ କରିବ। ପ୍ରଥମ ଥର ପାଇଁ ୫ ରୁ ଅଧିକ ନେତା ଦଳୀୟ ଟିକେଟ ଫେରାଇବା ମଧ୍ୟ କଂଗ୍ରେସର ଅନ୍ତଃ କନ୍ଦଳକୁ ପଦାରେ ପକାଇଛି। କେତେଜଣ ନେତା ଖୋଲାଖୋଲି ଭାବେ ପିସିସି ସଭାପତିଙ୍କ ବିରୋଧରେ ଟିକେଟ ବିକ୍ରିର ଅଭିଯୋଗ ଆଣିଛନ୍ତି।

କେନ୍ଦ୍ରୀୟ ନେତାମାନଙ୍କୁ ଆଣି ପ୍ରଚାର କାର୍ଯ୍ୟକୁ ବ୍ୟାପକ କରିବାକୁ ବି ପିସିସି ନେତୃତ୍ୱ ଆଗ୍ରହ ଦେଖାଉନାହାନ୍ତି। ଗତକାଲି ଶେଷ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଅଭିଯାନରେ କଂଗ୍ରେସର ଜଣେ ବି କେନ୍ଦ୍ରୀୟ ନେତା ଦେଖା ମିଳି ନ ଥିଲେ। ଏପରିକି ଦଳର ରାଜ୍ୟସ୍ତରୀୟ ନେତାଙ୍କ ସମେତ ଓଡ଼ିଶା ପ୍ରଭାରୀ ବି ପ୍ରଚାର ମଇଦାନରୁ ଦୂରେଇ ରହିଛନ୍ତି। କଂଗ୍ରେସ ସୂତ୍ର ଅନୁସାରେ, ଅନେକ ଦଳୀୟ ପ୍ରାର୍ଥୀଙ୍କୁ ମଧ୍ୟ ନିର୍ବାଚନୀ ପାଣ୍ଠି ଦେବାରେ ଦଳ ସକ୍ଷମ ହୋଇନି। ପାଣ୍ଠି ଅଭାବରୁ ବି କଂଗ୍ରେସ ପ୍ରାର୍ଥୀମାନେ ବିଜେଡି ଓ ବିଜେପିକୁ ମୁକାବିଲା କରିବାକୁ ସକ୍ଷମ ହୋଇପାରୁ ନାହାନ୍ତି। ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ବିଜେଡିକୁ ସୁହାଇବା ଭଳି ଆଭିମୁଖ୍ୟ ଆପଣାଇ କଂଗ୍ରେସ ପରୋକ୍ଷରେ ବିଜେପିକୁ ପ୍ରଭାବ ବିସ୍ତାର ପାଇଁ ସୁଯୋଗ ଆଣିଦେଇଛି। ଆଉ ଓଡ଼ିଶା ଇତିହାସରେ କଂଗ୍ରେସ ପ୍ରଥମ ଥର ପାଇଁ ଏଭଳି ବିପର୍ଯ୍ୟସ୍ତ ଓ ଦିଗହରା ନିର୍ବାଚନୀ ରଣନୀତି ଆପଣାଇଛି।



from Odisha Reporter http://bit.ly/2PeWroZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages