‘ପରାଜୟ ଭୟରେ ରକ୍ତମୁଖା ହୋଇଛି ବିଜେଡି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

‘ପରାଜୟ ଭୟରେ ରକ୍ତମୁଖା ହୋଇଛି ବିଜେଡି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରାଜୟ ଭୟରେ ବିଜେଡି ରକ୍ତମୁଖା ହୋଇଛି। ବୁଥ୍‌ ରିଗିଂ କରିବା ସହିତ ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନ ସାମନ୍ତରାୟଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି। ଆଜି ଏପରି ଅଭିଯୋଗ ଆଣିଛି ବିଜେପି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି-“ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର ଚିକିଟିରେ ୪୭ ଟି ବୁଥ୍‌ ସମ୍ବେଦନଶୀଳ ରହିଛି। ଏହି ବୁଥ୍ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରିଥିଲୁ। ହେଲେ ଚିକିଟି ନିର୍ବାଚନମଣ୍ଡଳୀରେ ଥିବା ସମ୍ବେଦଶୀଳ ବୁଥ୍‌ ଗୁଡିକରେ ମୁଖ୍ୟ ନିର୍ବାଚନ ଅଧିକାରୀ ସିସିଟିଭି ବ୍ୟବସ୍ଥା କଲେନାହିଁ। ଏପରିକି ବୁଥ୍‌ରେ କେନ୍ଦ୍ରୀୟ ପାରା ମିଲଟାରି ଫୋର୍ସ ମୁତୟନ ମଧ୍ୟ କଲେନାହିଁ। ଯାହାଫଳରେ ୧୮ ଟି ବୁଥ୍‌ରେ ବିଜେପିର ଏଜେଣ୍ଟଙ୍କୁ ଭିତରକୁ ଛଡ଼ାଗଲା ନାହିଁ କି ବସିବାକୁ ସୁଯୋଗ ଦିଆଗଲା ନାହିଁ। ବିଜେପିର ପ୍ରାର୍ଥୀ ମନୋରଂଜନ ଦ୍ୟାନ ସାମନ୍ତରାୟଙ୍କୁ ଝାଟିଆ ପଦ୍ଦର(ବୁଥ୍ ନମ୍ବର-୮୨)ରେ ଯୁବ ବିଜୁ ଜନତା ଦଳର ଉପସଭାପତି ଓ ଚିକିଟି ବ୍ଲକର ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ପଣ୍ଡା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।”

ସେ ଆହୁରି କହିଛନ୍ତି,“ଗୋଟିଏ ବୁଥ୍‌ରେ ୪୦ ଜଣ ଭୋଟରଙ୍କୁ ନେଇ ବିଜେଡି ଜବରଦସ୍ତ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଇଭିଏମ୍‌ ବଟନ୍ ଦବାଇବାକୁ ଉଦ୍ୟମ କରିବାରେ ସଫଳ ହୋଇଛି। ବୁଥ୍‌ ନମ୍ବର ୯୬, ୯୭ରେ ଥିବା ବିଜେପିର ଭୋଟର ଓ ଏଜେଣ୍ଟଙ୍କୁ ଖାଲି କରି ବିଜେଡି ୨ ଘଣ୍ଟା ପାଇଁ ବୁଥ୍ ଜବରଦଖଲ କରିଥିଲେ। ସେହିପରି କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର ୧୫୯ ନଂ ବୁଥ୍‌ରେ ବିଜେପିର ଏଜେଣ୍ଟଙ୍କୁ ଶାସକ ଦଳର ଗୁଣ୍ଡାମାନେ ସ୍କୁଲ୍ ଘରେ ତାଲା ପକାଇ ଦେଇଥିଲେ। ଏହି ସମସ୍ତ ଘଟଣା ଉପରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନଙ୍କ ପାଖରେ ଫେରାଦ ହୋଇ ଜଣାଇବା ସହ ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରୁଛୁ।”



from Odisha Reporter http://bit.ly/2v1j1bc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages