୫ ବର୍ଷରେ ସୋନିଆଙ୍କ ଆୟ କମିଛି, ସ୍ମୃତି ଇରାନୀଙ୍କ ୮୦% ବଢ଼ିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

୫ ବର୍ଷରେ ସୋନିଆଙ୍କ ଆୟ କମିଛି, ସ୍ମୃତି ଇରାନୀଙ୍କ ୮୦% ବଢ଼ିଛି

ନୂଆଦିଲ୍ଲୀ: ବିଜେପିର ସ୍ମୃତି ଇରାନୀ ଓ କଂଗ୍ରେସର ସୋନିଆ ଗାନ୍ଧି ଆଜି ଯଥାକ୍ରମେ ଆମେଠି ଓ ରାଏବରେଲୀରୁ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ଉଭୟ ଦେଇଥିବା ସତ୍ୟପାଠରେ ସେମାନଙ୍କ ସମ୍ପତ୍ତି ତାଲିକା ଉଲ୍ଲେଖ କରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ସୋନିଆଙ୍କ ଆୟ ୪୫% ହ୍ରାସ ପାଇଛି। ଅନ୍ୟପକ୍ଷେ କ୍ଷମତାରେ ଥିବା ସ୍ମୃତି ଇରାନୀଙ୍କ ଆୟ ୮୦% ବୃଦ୍ଧି ପାଇଛି।

ସ୍ମୃତି ଇରାନୀ ୨୦୧୮ ମସିହା ମାର୍ଚ୍ଚ ୩୧ ମଧ୍ୟରେ କରିଥିବା ଆୟ ଓ ସମ୍ପତ୍ତି ତାଲିକା ଦେଇଥିବା ବେଳେ ସୋନିଆ କିନ୍ତୁ ୨୦୧୯ ମସିହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ତାଙ୍କର ଆୟ ଓ ସମ୍ପତ୍ତି ତାଲିକା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି। ୨୦୧୩-୧୪ରେ ସୋନିଆଙ୍କ ଆୟ ୧୭, ୬୦, ୦୩୨ ରହିଥିବା ବେଳେ ଏବେ ଏହା ୯,୬୧,୭୦୦କୁ ଖସି ଆସିଛି। ଅନ୍ୟପକ୍ଷରେ ସ୍ମୃତିଙ୍କ ଆୟ ୨୦୧୩-୧୪ରେ ୨୫,୬୫,୬୧୦ ରହିଥିବା ବେଳେ ଏବେ ୪୬,୫୯,୭୧୪କୁ ବୃଦ୍ଧି ପାଇଛି। ସୋନିଆ ଗାନ୍ଧିଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୨୦୧୪ରେ ୯.୨୮ କୋଟି ଥିବା ବେଳେ ଏବେ ଏହା ୧୧.୮୨ କୋଟିକୁ ବୃଦ୍ଧି ପାଇଛି। ଏହା ମଧ୍ୟରେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୪.୨୯ କୋଟି ରହିଥିବା ବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୭.୫୨ କୋଟି ରହିଛି।

ସ୍ମୃତି ଇରାନୀଙ୍କ ପାଖରେ ସମୁଦାୟ ୪.୭୧ କୋଟିର ସମ୍ପତ୍ତି ରହିଛି। ୨୦୧୪ରେ ସ୍ମୃତିଙ୍କ ପାରେ ୪.୧୪ କୋଟିର ସମ୍ପତ୍ତି ରହିଥିଲା। ଅର୍ଥାତ ଏହି ୫ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତିର ମୂଲ୍ୟରେ ୧୩% ବୃଦ୍ଧି ଘଟିଛି। ସ୍ମୃତିଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧.୭୫ କୋଟି ହୋଇଥିବା ବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨.୯୫ କୋଟି।



from Odisha Reporter http://bit.ly/2G5u7Bl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages