
କାଠମାଣ୍ଡୁ: ନେପାଳର ଲୁକଲା ବିମାନ ବନ୍ଦରରେ ଚୋପର ସହ ବିମାନର ଧକ୍କା ହେବାରୁ ଦୁର୍ଘଟଣା ହୋଇଛି। ଘଟଣାସ୍ଥଳରେ ୨ ଜଣ ମୃତ୍ଯୁବରଣ କରିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଥବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ରବିବାର ନେପାଳର ଶୋଲୁଖମ୍ବୁ ଜିଲ୍ଲାରେ ଥିବା ଲୁକଲା ବିମାନ ବନ୍ଦରରେ ଏକ ଚୋପର ପାର୍କିଂ ସ୍ଥାନରେ ଥିଲା। ହେଲେ ଅନ୍ଯ ଏକ ବିମାନଟି ଅବତରଣ କରିବା ବେଳେ ଛିଡା ହୋଇଥିବା ଚୋପର ସହ ବାଡେଇ ହୋଇଯାଇଥିଲା। ଏହାପରେ ଦୁର୍ଘଟଣାର ଶୀକାର ହୋଇଛି ଅବତରଣ କରୁଥିବା ବିମାନଟି। ତେବେ କେତେ ଜଣ ଯାତ୍ରୀ ବିମାନରେ ଥିଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
Nepal: 2 people killed, 5 injured in Summit Air flight crash at Tenzing–Hillary-Lukla airport. The aircraft had collided with a parked chopper at the airport.
— ANI (@ANI) 14 April 2019
ସୂଚନାଯୋଗ୍ଯ ଲୁକଲା ବିମାନ ବନ୍ଦର ବିଶ୍ବର ସବୁଠୁ ବିପଦପୂର୍ଣ୍ଣ ବିମାନ ବନ୍ଦର ଅଟେ। ମାଉଣ୍ଟ ଏଭରେଷ୍ଟ ଚଢ଼ିବା ପାଇଁ ହେଲେ ଲୁକଲାରୁ ଚଢ଼ିବାକୁ ପଡ଼େ।
from Odisha Reporter http://bit.ly/2UUGCZF
No comments:
Post a Comment