
ନୂଆପଡ଼ା (ମାୟାଧର ସରାଫ): ଗତ ୧୧ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲା ଖରିଆର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬୯ ନମ୍ବର ବୁଥ୍ରେ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍ ଦେବାକୁ ଜଣେ ବ୍ୟକ୍ତି ମତଦାତାଙ୍କୁ ପ୍ରବର୍ତ୍ତାଉଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଏହି ଭିଡିଓକୁ ନେଇ ଖରିଆରର ବିଜେପି ବିଧାୟକ ପ୍ରାର୍ଥୀ ରୀତାରାଣୀ ବଗର୍ତ୍ତି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ସେହି ବୁଥ୍ରେ ପୁନଃ ମତଦାନ ପାଇଁ ସେ ଦାବି କରିଛନ୍ତି। ଏନେଇ ସେ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଏଥରେ ସେ ଉକ୍ତ ବ୍ୟକ୍ତି ଓ ପ୍ରିଜାଇଣ୍ଡିଂ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି।
ସେ ନିର୍ବାଚନ କମିଶନ ଓ ଜିଲ୍ଲା ଏସ୍ପିଙ୍କୁ ମଧ୍ୟ ଏ ଘଟଣା ସଂପର୍କରେ ଅବଗତ କରାଇଛନ୍ତି। ତେବେ ଏ ନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆହୁରି ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।
from Odisha Reporter http://bit.ly/2Ph4txL
No comments:
Post a Comment