ସୋନିଆଙ୍କ ବିରୋଧରେ ପ୍ରାର୍ଥୀ ହେଲେ ପୂର୍ବତନ କଂଗ୍ରେସ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ସୋନିଆଙ୍କ ବିରୋଧରେ ପ୍ରାର୍ଥୀ ହେଲେ ପୂର୍ବତନ କଂଗ୍ରେସ ନେତା

ନୂଆଦିଲ୍ଲୀ: ଆଜି ବିଜେପି ପକ୍ଷରୁ ୩ ହେଭିୱେଟ୍‌ ନେତାଙ୍କ ବିରୋଧରେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଉତ୍ତର ପ୍ରଦେଶର ରାଏବରେଲୀରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତାଙ୍କ ବିରୋଧରେ ପୂର୍ବତନ କଂଗ୍ରେସ ନେତା ଦୀନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି। ଗତବର୍ଷ ପ୍ରତାପ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ରାଏବରେଲୀରେ ପ୍ରତାପଙ୍କର ବେଶ ଦବଦବା ରହିଛି।

ସେହିପରି ଅନ୍ୟତମ ହେଭିୱେଟ୍‌ ତଥା ସମାଜାବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ବିରୋଧରେ ବିଜେପି ପ୍ରେମ ସିଂହ ସାକ୍ଷଙ୍କୁ ପ୍ରାର୍ଥୀ କରିଛି। ମୁଲାୟମ ଓ ପ୍ରେମଙ୍କ ମଧ୍ୟରେ ମୈନପୁର ଆସନରେ ଟକ୍କର ହେବ।

ମୁଲାୟମ ସିଂହଙ୍କ ପୁଅ ଅଖିଲେଶ ଯାଦବଙ୍କ ବିରୋଧରେ ବିଜେପି ଭୋଜପୁରୀ ଅଭେନତା ଓ କଣ୍ଠଶିଳ୍ପୀ ଦୀନେଶ ଲାଲ ଯାଦବଙ୍କୁ ପ୍ରାର୍ଥୀ କରିଛି। ଅଖିଲେଶ ଏଥର ଆଜମଗଡ଼ ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଏହି ୩ ହେଭିୱେଟ୍‌ଙ୍କୁ ଚେକ୍‌ ଦେବାକୁ ବିଜେପି କରିଥିବା ରଣନୀତି କାମ ଦେବ କି ନାହିଁ, ତାହା ମେ’ ୨୩ ଫଳାଫଳ ପ୍ରକାଶ ପରେ ଜଣାପଡ଼ିବ।



from Odisha Reporter https://ift.tt/2uJaRV2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages