
ଲକ୍ଷ୍ନୌ: କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ଲୋକଦେଖାଣିଆ କହିଛନ୍ତି ୟୁପିଏର ଅନ୍ୟତମ ସହଯୋଗୀ ଦଳ ବିଏସପି ସୁପ୍ରିମୋ। କଂଗ୍ରେସ କେବେ ନିର୍ବାଚନୀ ପ୍ରତିଶୃତି ପାଳନ କରେ ନାହିଁ ଏବଂ ସେଥିପାଇଁ ସେ ଦଳକୁ କେହି ବିଶ୍ବାସକୁ ନିଅନ୍ତି ନାହିଁ ବୋଲି ତାଚ୍ଛଲ୍ୟ କରି କହିଛନ୍ତି ମାୟାବତୀ ।
कांग्रेस पार्टी का लोकसभा चुनाव घोषणा पत्र पूर्व के इनके वादों की तरह ही दिखावा व छलावा ज्यादा लगता है। कांग्रेस द्वारा लगातार वादाखिलाफी करने का ही परिणाम है कि उसके वादों के प्रति जनता में विश्वसनीयता की कमी है। वैसे इस मामले में कांग्रेस व बीजेपी में कोई ज्यादा फर्क नहीं है।
— Mayawati (@Mayawati) 3 April 2019
ଚଳିତଥରର କଂଗ୍ରେସ ନିର୍ବାଚନୀ ଇସ୍ତାହାର ସବୁଥର ପରି, ବଡ଼ବଡ଼ କଥା କୁହନ୍ତି ହେଲେ କେବେ କାମରେ କରି ଦେଖାନନ୍ତି ନାହିଁ । ଖାଲି କଂଗ୍ରେସ ନୁହଁ, ବିଜେପି ମଧ୍ୟ ସମାନ ନୀତିକୁ ଆପଣେଇଛି ବୋଲି ଟ୍ବିଟ କରି କହିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ।
ଉତ୍ତର ପ୍ରଦେଶରେ ସପା-ବସପା-ଆରଏଲଡି ମେଣ୍ଟ ପାଇଁ ବିଜେପି ଭୟଭୀତ ହୋଇଯାଇଛି । ତେଣୁ ଏବେ ଜାତିଆଣ ରାଜନୀତିରେ ବିଜେପି ଏଠି ମାତିଛି ବୋଲି ମାୟାବତୀ କହିଛନ୍ତି।
ସୂଚନାଯୋଗ୍ୟ ବିଏସପି 2014 ସାଧାରଣ ନିର୍ବାଚନରେ ଖାତା ଖୋଲି ପାରିନଥିଲା । ଚଳିତଥର ଏସପି-ଆରଏଲଡି ସହ ମେଣ୍ଟ କରି ନିର୍ବାଚନ ଲଢ଼ୁଛି ।
from Odisha Reporter https://ift.tt/2WIQKlw
No comments:
Post a Comment