ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ଜଗନ୍ନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ଜଗନ୍ନାଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ନିର୍ବାଚନୀ ହିଂସା। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ିକୁ ବୋମାମାଡ଼ ଅଭିଯୋଗ। ଜଗନ୍ନାଥ ଆଜି ନିର୍ବାଚନ ପ୍ରଚାର ସାରି କର୍ମୀଙ୍କ ସହ ଆଲୋଚନା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଛି।

ଏଥିରେ ତାଙ୍କ ଗାଡ଼ିର କାଚ ଭାଙ୍ଗି ଚୁରମାର ହୋଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜଗନ୍ନାଥ ଆଜି ଡେଲଟା କଲୋନୀ ସ୍ଥିତ ବିଜେପି କାର୍ଯ୍ୟାଳୟ ଆଗରେ ଗାଡ଼ି ରଖି ଅଫିସ ଭିତରକୁ ଯାଉଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ବୋମା ଫିଙ୍ଗିଥିଲା।

ଏ ଘଟଣା ପରେ ନୟାପଲ୍ଲୀ ପୁଲିସ ପହଞ୍ଚି ଘଟଣାରେ ଛାନଭିନ୍ ଆରମ୍ଭ କରିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ସେପଟେ ଏ ଘଟଣା ପାଇଁ ମଧ୍ୟ ଭୁବନେଶ୍ୱର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଦାୟୀ କରିଛନ୍ତି ଜଗନ୍ନାଥ। ପରାଜୟ ଭୟରେ ଅନନ୍ତଙ୍କ ଇଙ୍ଗିତରେ ଏହି ବୋମା ମାଡ଼ କରାଯାଇଥିବା ଜଗନ୍ନାଥ ଅଭିଯୋଗ କରିଛନ୍ତି। ତେବେ ଜଗନ୍ନାଥଙ୍କ ଅଭିଯୋଗ ନେଇ ଅନନ୍ତ ନାରାୟଣଙ୍କ ପ୍ରତିକ୍ରିୟା ମିଳିପାରିନି। ଏହା ପୂର୍ବରୁ ମଧ୍ୟ ମଧ୍ୟ ଜଗନ୍ନାଥ ପ୍ରଧାନଙ୍କୁ ଥରେ ଟେକା ମାଡ଼ ସହ ତାଙ୍କ ଉପରେ ବୋମା ଫିଙ୍ଗିବାକୁ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ଜଗନ୍ନାଥ।

ଗତ ୧୭ ଅପ୍ରେଲ୍‌ ରାତିରେ ଏକ ବୋମା ମାଡ଼ ଘଟଣା ଘଟିଥିଲା। ବିଜେପିର ଏକ ୱାର୍ଡ ଅଫିସ୍‌କୁ ଲକ୍ଷ୍ୟ କରି ବୋମାମାଡ଼ ହୋଇଥିଲା। ଭୁବନେଶ୍ୱର ୟୁନିଟ ୮ର ଡେଲ୍‌ଟା କଲୋନୀ ନିକଟରେ ଥିବା ଏହି ୱାର୍ଡ ଅଫିସକୁ ଲକ୍ଷ୍ୟ କରି ୩ଟି ବୋମା ମାଡ଼ ହୋଇଥିଲା। ତେବେ ବୋମା ଗୁଡ଼ିକ ଫୁଟି ନଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲା। ଅଭିଯୋଗ ଅନୁସାରେ ସିଲ୍‌ଭର ରଙ୍ଗର ବୁଲେଟ ଓ ପଲସରରେ ୪ ଜଣ ଯୁବକ ଆସି ବୋମା ମାଡ଼ କରି ପଳାଇ ଯାଇଥିଲେ।



from Odisha Reporter http://bit.ly/2IH90YZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages