ବୈଜୟନ୍ତଙ୍କ ନାଁ ନନେଇ ଟାର୍ଗେଟ କଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ବୈଜୟନ୍ତଙ୍କ ନାଁ ନନେଇ ଟାର୍ଗେଟ କଲେ ନବୀନ

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର):ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଥମିଥିବା ବେଳେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଲାଗି ଆରମ୍ଭ ହୋଇଛି ଟକ୍କର । ଏଥିପାଇଁ ଜୋରଦାର ହୋଇଛି ସବୁ ଦଳର କ୍ୟାମ୍ପେନ୍। ବିଜେପି ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ପ୍ରଚାରର ମଙ୍ଗ ଧରିଥିବା ବେଳେ ବିଜେଡି ପାଇଁ ମଇଦାନକୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ବିଭିନ୍ନ ବିଧାନସଭା କ୍ଷେତ୍ରରେ ମାରାଥନ୍ କ୍ୟାମ୍ପେନ କରିଥିଲେ। ତେବେ ରାଜନଗରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ନବୀନ ।

ଏହି ଅବସରେରେ ସେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ୍ କରିଥିଲେ। କହିଥିଲେ ସେ କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ୱାସ ଭାଙ୍ଗିଛନ୍ତି। ତାଙ୍କୁ ଏଥର ନିର୍ବାଚନରେ କେନ୍ଦ୍ରାପଡ଼ାବାସୀ ଉଚିତ ଜବାବ ଦେବେ । ତେବେ ନବୀନଙ୍କ ଆକ୍ଷେପ ନେଇ ବୈଜୟନ୍ତଙ୍କ ପ୍ରତିକ୍ରିୟା ମିଳିପାରିନି।



from Odisha Reporter http://bit.ly/2XAj621

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages