ନିର୍ବାଚନ ବେଳେ କେଉଁ ରାଜନୀତକ ଦଳ ବ୍ୟାଙ୍କ ବାଲାନ୍ସରେ ଧନୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ନିର୍ବାଚନ ବେଳେ କେଉଁ ରାଜନୀତକ ଦଳ ବ୍ୟାଙ୍କ ବାଲାନ୍ସରେ ଧନୀ?

ନୂଆଦିଲ୍ଲୀ: ନିର୍ବାଚନ ଋତୁରେ ଅନେକ ଦଳ ପ୍ରଚାର ପାଇଁ ପୁଳୁପୁଳା ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହାରି ଭିତରେ କେଉଁ ଦଳ ବ୍ୟାଙ୍କ ବାଲାନ୍ସ,ରେ ସବୁଠୁ ଧନୀ ସେ ନେଇ ସୂଚନା ମିଳିଛି। ଉତ୍ତର ପ୍ରଦେଶର ବହୁଜନ ସମାଜ ପାର୍ଟି(ବିଏସପି) ସମସ୍ତ ଜାତୀୟ ଦଳଙ୍କ ମଧ୍ୟରେ ଅଧିକ ଧନୀ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି।

ଫେବୃଆରୀ ୨୫ ସୁଦ୍ଧା ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ ବିଏସପିର ୮ଟି ରାଷ୍ଟ୍ରାୟତ ବ୍ୟାଙ୍କରେ ୬୬୯ କୋଟି ଟଙ୍କା ରହିଛି। ହାତରେ ୯୫.୫୪ ଲକ୍ଷ ରଖିଥିବା ନିର୍ବାଚନ କମିଶନଙ୍କୁ ଜଣାଇଛି। ଏହି ସମସ୍ତ ବ୍ୟାଙ୍କ ଆକାଉଣ୍ଚ ରାଜଧାନୀ ଦିଲ୍ଲୀରେ ରହିଛି। ଅନ୍ତିମ ବିଧାନସଭା ନିର୍ବାଚନ ବେଳେ ୨୪ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିଥିବା ବିଏସପି ନିର୍ବାଚନ କମିଶନଙ୍କୁ ଦେଇଥିବା ତଥ୍ୟରେ ପ୍ରକାଶ କରିଛି। ୨୦୧୪ ସାଧାରଣ ନିର୍ବାଚନରେ ଗୋଟିଏ ବି ଆସନ ଜିତି ପାରିନଥିବା ଏହି ଦଳ ଚଳିତ ଥର ଉତ୍ତର ପ୍ରଦେଶରେ ବିରୋଧୀ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳ ସହ ମେଣ୍ଟ କରି ନିର୍ବାଚନ ଲଢୁଛି।

ସେହପରି ଦ୍ବିତୀୟରେ ରହିଛି ସମାଜବାଦୀ ପାର୍ଟି। ଡିସେମ୍ବର ୧୩, ୨୦୧୯ ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟରେ ୪୭୧ କୋଟି ଟଙ୍କା ରହିଛି । ଗତବର୍ଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ବେଳେ ୩ ରାଜ୍ୟରେ ପ୍ରାର୍ଥୀ ଦେଇଥିଲା ସପା। ନିର୍ବାଚନ ପରେ ୧୧ କୋଟି ଟଙ୍କା କମି ୪୭୧ କୋଟି ଟଙ୍କା ବାଲାନ୍ସ, ରହିଛି।

୧୯୬ କୋଟି ଟଙ୍କା ସହ ତୃତୀୟରେ ରହିଛି କଂଗ୍ରେସ। କର୍ଣ୍ଣାଟକ ନିର୍ବାଚନ ପରେ କଂଗ୍ରେସ ନିଜର ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଦେଇଥିବା ରିପୋର୍ଟ ଅନୁଯାୟୀ ଏହି ସୂଚନା ମିଳିଛି। ହେଲେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ବ୍ୟାଙ୍କ ଆକାଉଣ୍ଟର ସ୍ଥିତି କ’ଣ ରହିଛି ସେ ନେଇ ସୂଚନା ଦେଇ ନାହିଁ। ଚତୁର୍ଥରେ ୧୦୭ କୋଟି ଟଙ୍କା ସହିତ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି ଟିଡିପି ରହିଛି।

ପଞ୍ଚମରେ ୮୨ କୋଟି ଟଙ୍କା ସହିତ ଭାରତୀୟ ଜନତା ପାର୍ଟି ରହିଛି। ତେବେ ନିର୍ବାଚନ ବଣ୍ଡ୍ ନିୟମ ଅନୁଯାୟୀ ଦଳକୁ ମିଳିଥିବା ଚାନ୍ଦା ବାବଦରେ ସମସ୍ତ ତଥ୍ୟ ସାର୍ବଜନୀନ କରିନାହିଁ। ଏବେ ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡ୍ ଆଧାରରେ କେଉଁ ଦଳ କେତେ ଟଙ୍କା ପାଇଛି ସେ ନେଇ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜନୀତିକ ଦଳଙ୍କୁ। ନିର୍ବାଚନ ବଣ୍ଡର ହିସାବ ଦେବା ପରେ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ସାର୍ବଜନୀନ ହେବ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ତେବେ ଏଡ଼ିଆର ରିପୋର୍ଟ ରିପୋର୍ଟ ଅନୁଯାୟୀ ବିଜେପି ୨୦୧୭-୧୮ ଆର୍ଥିକ ବର୍ଷରେ ୧୦୦୦ କୋଟି ଟଙ୍କା ରୋଜଗାର କରିଛି। ଏବଂ ୭୫୦ କୋଟି ଟଙ୍କା ଗତ ଆର୍ଥିକ ବର୍ଷରେ ଖର୍ଚ୍ଚ କରିଛି। ଯାହାକି ସମସ୍ତ ରାଜନୀତିକ ଦଳଙ୍କଠାରୁ ଅଧିକ। ହେଲେ କଂଗ୍ରେସ ଗତ ଆର୍ଥିକ ବର୍ଷରେ ନିଜର ରୋଜଗାର ଖର୍ଚ୍ଚ ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରନଥିବା ଜଣାପଡ଼ିଛି।

ତେବେ ୮୨ କୋଟି ଟଙ୍କା ବ୍ୟାଙ୍କ ବାଲାନ୍ସ ସହ ଷଷ୍ଠରେ ସିପିଏମ ରହିଥିବା ବେଳେ ୩ କୋଟି ଟଙ୍କା ସହ ଆମ ଆଦମି ପାର୍ଟି ସପ୍ତମରେ ରହିଛି।



from Odisha Reporter http://bit.ly/2GlsosI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages