ବିଜେପି ନେତାଙ୍କ ହତ୍ୟା ଘଟଣାକୁ ଦୃଢ଼ ନିନ୍ଦାକଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ବିଜେପି ନେତାଙ୍କ ହତ୍ୟା ଘଟଣାକୁ ଦୃଢ଼ ନିନ୍ଦାକଲେ ମୁଖ୍ୟମନ୍ତ୍ରୀ

cm1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ନିନ୍ଦା କରିଛନ୍ତି।

ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,“ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ନିର୍ବାଚନ କମିଶନ୍‌ ଏହି ଘଟଣାକୁ ଗୁରୁତ୍ୱର ସହ ନିଅନ୍ତୁ। ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଅନ୍ତୁ, ଯାହା ଦ୍ୱାରା ଏପରି ହୀନ କାର୍ଯ୍ୟର ପୁନରାବୃତ୍ତି ହେବନାହିଁ।”

ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ବିଜେଡିର ହାତ ଥିବା ବିଜେପି ଅଭିଯୋଗ କରିଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳି ନାହିଁ। ତେବେ ଖୋର୍ଦ୍ଧା ବିଜେଡି ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର କହିଛନ୍ତି, ଏହି ହତ୍ୟାକାଣ୍ଡରେ ବିଜେଡି କର୍ମୀଙ୍କ ସମ୍ପୃକ୍ତି ନାହିଁ। ବିଜେଡି ଭଲ ସ୍ଥିତିରେ ରହିଛି। ବିଜେପି ଆମକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରୁଛି। ଘଟଣାର ନିରପେକ୍ଷ ତଦନ୍ତ ହେଉ ଓ ଦୋଷୀକୁ ଦଣ୍ଡବିଧାନ କରାଯାଉ।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଖୋର୍ଦ୍ଧାର ନବୀନାବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ମଙ୍ଗୁଳିଙ୍କ ଗୁଳି ହତ୍ୟା କରାଯାଇଥିଲା। ଜଣେ ଦୁର୍ବୃତ୍ତ ବାଇକରେ ଆସି ମଙ୍ଗୁଳିଙ୍କୁ ଗୁଳିମାଡ଼ କରି ଚାଲି ଯାଇଥିବା ଅଭିଯୋଗ ହୋଇଛି।



from Odisha Reporter http://bit.ly/2IDgw6S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages