ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକା ଟିମରେ ଆମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକା ଟିମରେ ଆମଲା

ଜୋହାନସବର୍ଗ: ଆଇସିସି ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକା ତା’ର ଟିମ୍ ଘୋଷଣା କରିଛି। ଏହି ୧୫ଜଣିଆ ଦଳରେ ଅଭିଜ୍ଞ ହାଶିମ୍ ଆମଲାଙ୍କୁ ସାମିଲ୍ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟରେ ୮ହଜାରୁ ଊଦ୍ଧ୍ୱର୍ ରନ୍ କରିଥିବା ଆମଲା ଦକ୍ଷିଣ ଆଫ୍ରିକାର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍।

ତେବେ ନିକଟରେ ଆମଲାଙ୍କ ପ୍ରଦର୍ଶନ ସେତେଟା ଭଲ ରହିନାହିଁ, କିନ୍ତୁ ଚୟନକର୍ତ୍ତା ତାଙ୍କ ଅଭିଜ୍ଞତା ଉପରେ ଭରସା ଦେଖାଇଛି। ଆମଲାଙ୍କ ସାମିଲ୍ ହେବା ଦ୍ୱାରା ରୀଜା ହେଣ୍ଡ୍ରିକ୍ସଙ୍କ ବିଶ୍ୱକପ୍ ଟିକେଟ୍ କଟିଯାଇଛି। ୨୯ ବର୍ଷୀୟ ହେଣ୍ଡ୍ରିକ୍ସ ଆମଲାଙ୍କ ସ୍ଥାନରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଟିମରେ ସାମିଲ୍ କରାଯିବା ନେଇ ଚର୍ଚ୍ଚା ହେଉଥିଲା।

ହେଣ୍ଡ୍ରିକ୍ସ ନିଜର ଦିନିକିଆ କ୍ୟାରିୟରରେ ଭଲ ଆରମ୍ଭ କରିଥିଲେ। ସେ ମଧ୍ୟ ନିଜର ପଦାର୍ପଣ ଦିନିକିଆରେ ଶତକ ମାରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। କିନ୍ତୁ ଏହା ପରେ ସେ ନିଜ ପ୍ରଦର୍ଶନରେ ନିରନ୍ତରତା ବଜାୟ ରଖିପାରିନଥିଲେ। ଟିମର ନେତୃତ୍ୱଭାର ଫାଫ୍ ଡୁପ୍ଲେସିସଙ୍କୁ ଦିଆଯାଇଛି।

ଏହାଛଡ଼ା ଭେଟେରାନ୍ ଡେଲ୍ ଷ୍ଟେନ, କାଗିସୋ ରବାଡା, ଲୁଙ୍ଗି ଏନଗିଡି ପେସ୍ ବିଭାଗ ସମ୍ଭାଳିବେ। ୪୦ ବର୍ଷୀୟ ସ୍ପିନର ଇମ୍ରାନ୍ ତାହିର ପୁଣିଥରେ ବିଶ୍ୱକପ୍ ଟିକେଟ୍ ପାଇଛନ୍ତି। ସୂଚନାଯୋଗ୍ୟ, ମେ’ ୩୦ ତାରିଖରେ ବିଶ୍ୱକପ୍ ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆୟୋଜକ ଇଂଲଣ୍ଡକୁ ଭେଟିବ।

ଦକ୍ଷିଣ ଆଫ୍ରିକା ଦଳ: ଫାଫ୍ ଡୁପ୍ଲେସିସ୍ (ଅଧିନାୟକ), ଆଇଡେନ୍ ମର୍କରାମ୍, କ୍ୱିଣ୍ଟନ୍ ଡି’କକ୍ (ୱିକେଟକିପର), ହାଶିମ୍ ଆମଲା, ରେସି ଭାନ୍ ଡର୍ ଡୁସେନ, ଡେଭିଡ୍ ମିଲର, ଆଣ୍ଡିଲେ ଫେଲୁକୱାୟୋ, ଜେପି ଡୁମିନି, ଡ୍ୱେନ୍ ପ୍ରିଟୋରିୟସ, ଡେଲ୍ ଷ୍ଟେନ୍, କାଗିସୋ ରବାଡା, ଲୁଙ୍ଗି ଏନଗିଡି, ଆନରିଚ୍ ନୋର୍ଟଜେ, ଇମ୍ରାନ୍ ତାହିର୍, ତାବରେଜ୍ ଶାମସୀ ।



from Odisha Reporter http://bit.ly/2UlTofD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages