ଖ୍ରୀଷ୍ଟିୟାନ୍‌ ମିସେଲଙ୍କ ଜାମିନ୍‌ ଆବେଦନ ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ଖ୍ରୀଷ୍ଟିୟାନ୍‌ ମିସେଲଙ୍କ ଜାମିନ୍‌ ଆବେଦନ ଖାରଜ

ନୂଆଦିଲ୍ଲୀ: ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲର ମଧ୍ୟସ୍ଥି ଖ୍ରୀଷ୍ଟିୟାନ୍‌ ମିସେଲ ପୁଣିଥରେ ନିରାଶ ହୋଇଛନ୍ତି। ସେ ଇଷ୍ଟର ପର୍ବ ପାଳନ କରିବା ପାଇଁ ଦିଲ୍ଲୀ କୋର୍ଟରେ ଜାମିନ୍‌ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣାରେ ୩,୬୦୦ କୋଟିର ଦୁର୍ନୀତି ହୋଇଛି। ଏହି ଘଟଣାରେ ସିବିଆଇ ମିସେଲଙ୍କୁ ଗିରଫ କରିଛି। ଏବେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଅଛନ୍ତି।

ମିସେଲ ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାରଙ୍କ ନିକଟରେ ଜାମିନ୍‌ ଆବେଦନ କରିଥିଲେ। ହେଲେ ଏହାକୁ ଇଡି ବିରୋଧ କରିଥିଲା। ମିସେଲଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଅଲଜୋ କେ ଯୋଜେଫ ଓ ବିଷ୍ଣୁ ଶଙ୍କର କୋର୍ଟଙ୍କୁ କହିଥିଲେ ଯେ ଏପ୍ରିଲ ୧୪ରୁ ୨୧ ପର୍ଯ୍ୟନ୍ତ ଖ୍ରୀଷ୍ଟିଆନ୍‌ ମାନଙ୍କର ଧର୍ମ ସପ୍ତାହ। ୨୧ ତାରିଖରେ ପବିତ୍ର ଇଷ୍ଟର ପଡ଼ୁଛି। ତେଣୁ ମିସେଲଙ୍କୁ ଏହାକୁ ପାଳନ କରିବାକୁ ଜାମିନ୍‌ ମିଳିବା ଦରକାର।

ପୂର୍ବରୁ ଇଡି ମିସେଲଙ୍କୁ ୨୦୧୮ ଡିସେମ୍ବର ୨୨ରୁ ୨୮ ପର୍ଯ୍ୟନ୍ତ ଜେରା କରିଥିଲା। ଡିସେମ୍ବର ୨୫/୨୬ରେ ଖ୍ରୀଷ୍ଟମାସ୍‌ ପଡ଼ିଥିଲେ ହେଁ ଇଡି ତାଙ୍କୁ ଜେରା କରିଥିଲା। ସେ ଖ୍ରୀଷ୍ଟିଆନ୍‌ ସଂପ୍ରଦାୟର ହୋଇଥିଲେ ହେଁ ତାଙ୍କୁ ଖ୍ରୀଷ୍ଟମାସରେ କୌଣସି ସୁବିଧା ମିଳି ନଥିଲା।

ଏବେ କିନ୍ତୁ ପବିତ୍ର ଇଷ୍ଟର ପାଇଁ ତାଙ୍କୁ ଛଡ଼ାଯାଉ ବୋଲି ଯୁକ୍ତି ରଖିଥିଲେ। ତେବେ ଇଡି ଏହାକୁ ବିରୋଧ କରିବାରୁ କୋର୍ଟ ଜାମିନ୍ ଦେଇ ନଥିଲେ। ୨୦୧୮ ଡିସେମ୍ବର ୪ରେ ୟୁଏଇରୁ ମିସେଲ ଭାରତ ପ୍ରତ୍ୟର୍ପଣ ହୋଇଥିଲେ। ସେବେଠାରୁ ସେ ଜେଲରେ ରହିଛନ୍ତି।



from Odisha Reporter http://bit.ly/2GkvLPz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages