ପୁଣି ଥରେ ଫେସବୁକ ଡାଟା ଲିକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ପୁଣି ଥରେ ଫେସବୁକ ଡାଟା ଲିକ୍

ପୁଣି ଥରେ ସୋଶାଲ ମିଡ଼ିଆ କମ୍ପାନୀ ଫେସ୍‌ବୁକ୍ର ଡାଟା ଚୋରି ସାର୍ବଜନୀନ ହୋଇଛି। ଆମାଜନ୍‌ର କ୍ଲାଉଡ କମ୍ପୁଟିଙ୍ଗ୍‌ ସର୍ଭରରେ ଏହି ସମସ୍ତ ଡ଼ାଟା ଷ୍ଟୋରେଜ ହୋଇ ରହିଥିବା ଜଣାପଡ଼ିଛି। ଏହାକୁ ଯେକୌଣସି ବ୍ଯକ୍ତି ଦେଖିପାରିବେ ବୋଲି ସାଇବର ସିକ୍ଯୁରିଟି ଫାର୍ମ ଅପଗ୍ରେଡ୍ ସାଇବର ରିସ୍କ ପ୍ରକାଶ କରିଛି।

୫୪୦ ମିଲିଅନ ଡାଟା ଲିକ୍ ହୋଇଛି, ଯେଉଁଥିରେ ଫେସବୁକ ଆକାଉଣ୍ଟ, ଲାଇକ, କମେଣ୍ଟ ଇତ୍ଯାଦି ରହିଛି। ହେଲେ କେତେ ଆକାଉଣ୍ଟ ଡିଲିଟ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଫେସବୁକ ମୁଖପାତ୍ର କହିଛନ୍ତି ଆମାଜନ ପାଖରୁ ସମ୍ପୃକ୍ତ ସର୍ଭରକୁ ଫେସବୁକ ନିଜ ନିୟନ୍ତ୍ରଣକୁ ନେଇ ସାରିଛି।

ସୂଚନାଯୋଗ୍ୟ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବେଳେ ଫେସବୁକର ୮ କୋଟି ୭୦ ଲକ୍ଷ ଲୋକଙ୍କ ଡାଟା ଚୋରି ହୋଇଥିଲା।

ବାରମ୍ବାର ଫେସବକ କତ୍ତୃପକ୍ଷ ପ୍ରାଇଭେସି ପଲିସିକୁ ଉଲ୍ଲଂଘନ କରୁଥିବାରୁ ଆଗାମୀ ଦିନରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇପାରେ।



from Odisha Reporter https://ift.tt/2Ud6joW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages