ଆଇପିଏଲ୍‌: ୧୧ ବର୍ଷର ରେକର୍ଡ ଭାଙ୍ଗିଲେ ୨୨ ବର୍ଷୀୟ ଅଲଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଆଇପିଏଲ୍‌: ୧୧ ବର୍ଷର ରେକର୍ଡ ଭାଙ୍ଗିଲେ ୨୨ ବର୍ଷୀୟ ଅଲଜାରି

ହାଇଦ୍ରାବାଦ: ଦୀର୍ଘ ୧୧ ବର୍ଷ ହେଲା ଆଇପିଏଲ୍‌ରେ ସୃଷ୍ଟି ହୋଇଥିବା ରେକର୍ଡକୁ ମୁମ୍ବାଇ ଇଣ୍ଡିଆନ୍ସର ୨୨ ବର୍ଷୀୟ ଅଲଜାରି ଯୋଜେଫ ଭାଙ୍ଗି ଦେଇଛନ୍ତି। ଏଥିସହ ଆଇପିଏଲ୍‌ ଡେବ୍ୟୁରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାର ରେକର୍ଡ ମଧ୍ୟ ନିଜ ନାଁରେ ସୃଷ୍ଟି କରିଛନ୍ତି।

ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ଅଲଜାରି ୩.୪ ଓଭରରେ ୧୨ ରନ୍‌ ଦେଇ ୬ଟି ୱିକେଟ୍‌ ଦଖଲ କରିଛନ୍ତି। ଅଲଜାରିଙ୍କ ଏହି ଘାତକ ବୋଲିଂ ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ହାଇଦ୍ରାବାଦ୍‌କୁ ମାତ୍ର ୯୬ ରନ୍‌ରେ ଅଲଆଉଟ୍‌ କରି ମ୍ୟାଚ୍‌ କବଜା କରିଛି।

ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୩୬ ରନ୍‌ କରିଥିବା ବେଳେ ହାଇଦ୍ରାବାଦ୍‌ ୧୭.୪ ଓଭର୍‌ରେ ସମସ୍ତ ୱିକେଟ୍‌ ହରାଇ କେବଳ ୯୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ୱେଷ୍ଟଇଣ୍ଡିଜ୍‌ ଦ୍ରୁତ ବୋଲର ଅଲଜାରିଙ୍କ ୬/୧୨ ଆଇପିଏଲ୍‌ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହାପୂର୍ବରୁ ୨୦୦୮ରେ ରାଜସ୍ଥାନ ରୟାଲ୍‌ସ ପକ୍ଷରୁ ଖେଳୁଥିବା ପାକିସ୍ତାନ ଦ୍ରୁତ ବୋଲର ସୋହେଲ ତନବୀର ୧୪ ରନ୍‌ ଦେଇ ୬ ୱିକେଟ୍‌ ନେଇଥିଲେ। ସେହିପରି ଡେବ୍ୟୁ ମ୍ୟାଚ୍‌ରେ ଅଲଜାରିଙ୍କ ପୂର୍ବରୁ ଗୁଜରାଟ ଲାୟନ୍ସ ପକ୍ଷରୁ ଖେଳୁଥିବା ଆଣ୍ଡ୍ର୍ୟୁ ଟାଏ ୧୭ ରନ୍‌ ଦେଇ ୫ ୱିକେଟ୍‌ ଦଖଲ କରି ରେକର୍ଡ ନିଜ ନାଁରେ ରଖିଥିଲେ।

ହେଲେ ଅଲଜାରି ଏସବୁ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଅଲଜାରି ନିଜର ପ୍ରଥମ ଓଭର୍‌ର ପ୍ରଥମ ବଲ୍‌ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ୍‌ ୱାର୍ଣ୍ଣରଙ୍କୁ ଆଉଟ୍‌ କରିଥିଲେ। ଏହାପରେ ସେ ବିଜୟ ଶଙ୍କର ଓ ଦୀପକ ହୁଡାଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଶେଷ ଭାଗରେ ଭୁବନେଶ୍ୱର କୁମାର, ରଶିଦ ଖାନ୍‌ ଓ ସିଦ୍ଧାର୍ଥ କୌଲ ମଧ୍ୟ ଅଲଜାରିଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ।

ଅଲଜାରି ଯୋଜେଫ ବର୍ତ୍ତମାନ ସୁଦ୍ଧା ୱେଷ୍ଟଇଣ୍ଡିଜ୍‌ ପାଇଁ ୯ଟି ଟେଷ୍ଟ ଓ ୧୬ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ସେ ୯ଟି ଟେଷ୍ଟରେ ୨୫ଟି ୱିକେଟ୍‌ ନେଇଥିବା ବେଳେ ଦିନିକିଆରେ ୨୪ଟି ୱିକେଟ ପାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁମ୍ବାଇ ଇଣ୍ଡିଆନ୍ସ ଅଲଜାରିଙ୍କୁ ନିଲାମ ସମୟରେ କିଣି ନଥିଲା।

ନ୍ୟୁଜିଲ୍ୟାଣ୍ଡ ଦ୍ରୁତ ବୋଲର ଆଡାମ ମିଲନେ ଆହତ ହେବାରୁ ଅଲଜାରି ବଦଳ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥିଲେ। ଗତକାଲି ଲସିଥ ମାଲିଙ୍ଗା ଅନୁପସ୍ଥିତ ରହିବାରୁ ଅଲଜାରିଙ୍କୁ ବୋଲିଂ ସୁଯୋଗ ମିଳିଥିଲା। ପ୍ରଥମ ପଦାର୍ପଣରେ ସେ ନିଜର ଜଲୱା ଦେଖାଇଛନ୍ତି। ଗତକାଲିର ମ୍ୟାଚ୍‌ ପୂର୍ବରୁ ଅଲଜାରି କେବଳ ୭ଟି ଟି-୨୦ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ। ଯେଉଁଥିରେ ସେ ୯ଟି ୱିକେଟ୍‌ ପାଇଥିଲେ।

ଆଇପିଏଲ୍‌ ଡେବ୍ୟୁରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ

୧: ଅଲଜାରି ଯୋଜେଫ-୬/୧୨(ମୁମ୍ବାଇ)

୨: ଆଣ୍ଡ୍ର୍ୟୁ ଟାଏ-୫/୧୭(ଗୁଜରାଟ)

୩: ସୋହେବ ଅଖତର-୪/୧୧(କୋଲକାତା)

୪: ସାଦବ ଜାକାତି-୪/୨୪(ଚେନ୍ନାଇ)



from Odisha Reporter http://bit.ly/2Ij3Wtx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages