ବିଜେଡି କର୍ମୀଙ୍କ ଧମକ- ନବୀନଙ୍କୁ ଭୋଟ୍‌ ନ ଦେଲେ ମୁଣ୍ଡ ଗଡ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ବିଜେଡି କର୍ମୀଙ୍କ ଧମକ- ନବୀନଙ୍କୁ ଭୋଟ୍‌ ନ ଦେଲେ ମୁଣ୍ଡ ଗଡ଼ିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ରାଜନୀତିକ ଆକ୍ରୋଶ ବଢ଼ି ଚାଲିଛି। ଗତକାଲି ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ଗସ୍ତ ପୂର୍ବରୁ ଶୋଳଶଳା ଗାଁରେ ବିଜେଡି କର୍ମୀମାନେ ଗୁଣ୍ଡାରାଜ କରିଥିବା ଅଭିଯୋଗ ହୋଇଛି।

ନବୀନଙ୍କ ଯିବା ବାଟରେ କୌଣସି ଠାରେ ବିଜେପିର ପୋଷ୍ଟର ରହିବ ନାହିଁ ବୋଲି କହି ବନ୍ଧୁକ ଦେଖାଇ ଏହାକୁ ଚିରିବା ସହ ନବୀନଙ୍କୁ ଭୋଟ୍‌ ନ ଦେଲେ ମୁଣ୍ଡ ଗଡ଼ିବ ବୋଲି ବିଜେଡି କର୍ମୀ ଧମକାଇଥିବା ଧବଳପୁର ମଣ୍ଡଳ ବିଜେପି ସଭାପତି ସଞ୍ଜୟ ପ୍ରଧାନ ଶେରଗଡ଼ ଥାନାରେ ଲିଖିତ ଭାବେ ଏତଲା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍ ଓ ଏସ୍‌ଟିଏଫ୍ ଡିଆଇଜି ଆଶିଷ ସିଂ ଓ ବରିଷ୍ଠ ପୁଲିସ୍‌ ଅଧିକାରୀ ଡି.ଏସ୍.କୁଟ୍ଟେଙ୍କ ପ୍ରରୋଚନାରେ ଏସବୁ କାର୍ଯ୍ୟ କରାଯାଇଛି ବୋଲି ଅଭିଯୋଗ ହୋଇଛି।

ତେବେ ସଞ୍ଜୟ ପ୍ରଥମେ ଏନେଇ ଥାନାରେ ଅଭିଯୋଗ ପାଇଁ ଯାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ। ପରେ ବିଳମ୍ବରେ ସେଠାକାର ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ସାଢ଼େ ୩ଘଣ୍ଟା ଧରି ଥାନାରେ ରହି ଏଫ୍‌ଆଇଆର୍‌ ରଖିବା ପାଇଁ ଅଡ଼ି ବସିଥିଲେ। ଶେଷରେ ପୁଲିସ୍‌ ବାଧ୍ୟ ହୋଇ ମାମଲା ରୁଜୁ କରିଥିଲା। ଆଇପିସିର ଧାରା ୧୪୭, ୧୪୮, ୨୯୪ ଓ ୪୨୭, ୫୦୬, ୧୪୯ ଓ ଆର୍ମସ୍‌ ଆକ୍ଟର ୨୫ ଓ ୨୭ ଅନୁସାରେ ଶେରଗଡ଼ ଥାନାରେ ଏ ସମ୍ପର୍କରେ କେସ୍ ନମ୍ବର ୩୨ରେ ମାମଲା ରୁଜୁ ହୋଇଛି।



from Odisha Reporter http://bit.ly/2KyMuE8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages