ପ୍ରଶ୍ନ ଘେରରେ ଆମେଠି ପ୍ରାର୍ଥୀ ରାହୁଲ ଓ ସ୍ମୃତିଙ୍କ ଶିକ୍ଷାଗତ ଯୋଗ୍ୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ପ୍ରଶ୍ନ ଘେରରେ ଆମେଠି ପ୍ରାର୍ଥୀ ରାହୁଲ ଓ ସ୍ମୃତିଙ୍କ ଶିକ୍ଷାଗତ ଯୋଗ୍ୟତା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଆମେଠି ଲୋକସଭା ଆସନର ଦୁଇ ପ୍ରମୁଖ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଆରମ୍ଭ ହୋଇଛି କାଦୁଆ ଫିଙ୍ଗା ରାଜନୀତି। ବିଜେପିର ଲୋକସଭା ପ୍ରାର୍ଥୀ ସ୍ମୃତି ଇରାନୀ ସେ ଅଣ୍ଡର ଗ୍ରାଜୁଏଟ ବୋଲି ଦର୍ଶାଇବା ପରେ ବିରୋଧୀ କଂଗ୍ରେସ ସ୍ମୃତି ଇରାନୀଙ୍କୁ ଟାର୍ଗେଟ କରିଛି।
 
ସୂଚନାଯୋଗ୍ୟ ୨୦୧୪ ସାଧାରଣ ନିର୍ବାଚନ ବେଳେ ସ୍ମୃତି ଇରାନୀ ନାମାଙ୍କନ ପତ୍ରରେ ସେ  ଗ୍ରାଜୁଏଟ ବୋଲି ଉଲ୍ଲେଖ କରିଥିଲେ। ଯାହାକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି ଇରାନୀ। ବିଜେପି ଏହି ପ୍ରସଙ୍ଗରେ ନିରବ ରହିଥିବା ବେଳେ ଏବେ ରାହୁଲଙ୍କୁ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି।
 
ଆଜି ବିଜେପି ନେତା ସୁବ୍ରମଣ୍ୟନ ସ୍ୱାମୀ ଏବଂ ଗତକାଲି ଅରୁଣ ଜେଟଲୀ ରାହୁଲଙ୍କ ଏମ.ଫିଲ ସାର୍ଟିଫିକେଟକୁ ନେଇ ପ୍ରଶ୍ନ କରିଛନ୍ତି। ଜେଟଲୀ କହିଛନ୍ତି ବିନା ଏମ.ଏରେ ରାହୁଲ କିଭଳି ଏମ୍. ଫିଲ ସାର୍ଟିଫିକେଟ ପାଇଲେ? ସୂଚନାଯୋଗ୍ୟ ୨୦୦୯ରେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ସ୍ପଷ୍ଟୀକରଣ ରଖିଥିଲା ରାହୁଲ ଗାନ୍ଧି ଟ୍ରିନିଟି କଲେଜରୁ ଡେଭଲପମେଣ୍ଟ ଷ୍ଟଡିଜରେ ୧୯୯୫ ମସିହାରେ ଏମ୍. ଫିଲ ପାସ କରିଛନ୍ତି।
 

ତେବେ ସୁବ୍ରମଣ୍ୟନ ସ୍ୱାମୀ ଆଉ ପାଦେ ଆଗକୁ ଯାଇ କହିଛନ୍ତି ପ୍ରି-ଥିସିସ ପରୀକ୍ଷାରେ ରାହୁଲ ଫେଲ ହୋଇଥିବା ବେଳେ ସେ କିଭଳି ସାର୍ଟିଫିକେଟ ପାଇଛନ୍ତି ବୋଲି ରାହୁଲଙ୍କ ନାଁ ନେଇ ଟ୍ବିଟ୍ ଜରିଆରେ ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧି ପରୀକ୍ଷାରେ କିଭଳି ରେଜଲ୍ଟ ପାଇଛନ୍ତି ସେ ନେଇ ତଥ୍ୟ ପ୍ରକାଶ କରିବା ଦରକାର ବୋଲି ସୁବ୍ରମଣ୍ୟନ କହିଛନ୍ତି।



from Odisha Reporter http://bit.ly/2IhUB66

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages