୭ରେ ପୁଣି ଆସିବେ ଅମିତ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

୭ରେ ପୁଣି ଆସିବେ ଅମିତ ଶାହ

amit

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ୭ ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସିବେ। ସେହିଦିନ ସେ ବରଗଡ଼ ଓ ଗଞ୍ଜାମ ଜିଲ୍ଲାର ପୋଲସରରେ ନିର୍ବାଚନୀ ସଭାରେ ଯୋଗ ଦେବେ। ଆଜି ଏହି ସୂଚନା ଦେଇଛନ୍ତି ଦଳର ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି।

ଏହା ପୂର୍ବରୁ ଏପ୍ରିଲ୍‌ ୧ ତାରିଖ ଦିନ ମଧ୍ୟ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିଲେ। ପାରଳାଖେମୁଣ୍ଡିରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ସେ ନବୀନ ସରକାରକୁ ଉପାଡ଼ି ଫିଙ୍ଗିଦେବା ପାଇଁ ଆହ୍ୱାନ ଦେଇଥିଲେ।

ସୂଚନାଯୋଗ୍ୟ, ୟା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଇ ଥର ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିଛନ୍ତି। ମାର୍ଚ୍ଚ ୨୯ ତାରିଖରେ ସେ କୋରାପୁଟ ଜିଲ୍ଲା ଜୟପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ବେଳେ ଏପ୍ରିଲ୍ ୨ ତାରିଖରେ କଳାହାଣ୍ଡିର ଭବାନୀପାଟଣା ଆସିଥିଲେ। ଏଥିରେ ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ଭୋଟରଙ୍କୁ ଆହ୍ୱାନ ଦେଇଥିଲେ ଏବଂ ନବୀନ ସରକାରକୁ ଚାଷୀ ଓ ଗରୀବଙ୍କ ବିରୋଧୀ ବୋଲି ଅଭିହିତ କରିଥିଲେ। ପ୍ରଧାନମନ୍ତ୍ରୀ ଏପ୍ରିଲ୍ ୬ ତାରିଖରେ ସୁନ୍ଦରଗଡ଼ ଆସିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ପୂର୍ବରୁ ସୂଚନା ଦେଇଥିଲେ।



from Odisha Reporter https://ift.tt/2HY4ea0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages