ଏସିଆନ୍ ରେସ୍‌ଲିଙ୍ଗ୍ ଚାମ୍ପିଅନଶିପ୍: ଫାଇନାଲରେ ବଜରଙ୍ଗ ଓ ପ୍ରବୀଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଏସିଆନ୍ ରେସ୍‌ଲିଙ୍ଗ୍ ଚାମ୍ପିଅନଶିପ୍: ଫାଇନାଲରେ ବଜରଙ୍ଗ ଓ ପ୍ରବୀଣ

ସିଆନ୍ (ଚାଇନା): ଭାରତର ତାରକା ରେସଲର୍ ବଜରଙ୍ଗ ପୁନିଆ ଓ ପ୍ରବୀଣ ପୁନିଆ ଚଳିତ ଏସିଆନ୍ ରେସଲିଂ ଚାମ୍ପିଅନଶିପରେ ଜବରଦସ୍ତ ଆରମ୍ଭ କରି ନିଜ ନିଜ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି।

ବିଶ୍ୱର ଏକ ନମ୍ବର ରେସଲର୍ ବଜରଙ୍ଗ ୬୫ କେଜି ବର୍ଗର ସେମିଫାଇନାଲରେ ଉଜବେକିସ୍ତାନର ସିରୋଜିଦ୍ଦିନ ଖାସାନୋଭଙ୍କୁ ୧୨-୧ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ରାଉଣ୍ଡରେ ପହଞ୍ଚିଛନ୍ତି। ଫାଇନାଲରେ ବଜରଙ୍ଗଙ୍କ ସାମ୍ନା କଜାଖସ୍ତାନର ସାୟାତବେକ୍ ଓକାସୋଭଙ୍କ ସହ ହେବ।

ଏହା ପୂର୍ବରୁ ବଜରଙ୍ଗ ନିଜର ପୂର୍ବ ମୁକାବିଲା ଗୁଡ଼ିକରେ ଇରାନର ପେମ୍ୟାନ୍ ବିଆବାନୀଙ୍କୁ ଏବଂ ଶ୍ରୀଲଙ୍କାର ଚାର୍ଲ୍ସ ଫର୍ନଙ୍କୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲେ। ଭାରତର ଅନ୍ୟତମ ରେସଲର ପ୍ରବୀଣ ରାଣା ୭୯ କେଜି ବର୍ଗର ଫାଇନାଲରେ ପହଞ୍ଚିଛନ୍ତି।

ସେ ସେମିଫାଇନାଲରେ କଜାଖସ୍ତାନର ଜି. ଉସେରବାୟେଭଙ୍କୁ ୩-୨ରେ ପରାସ୍ତ କରିଛନ୍ତି। ସ୍ୱର୍ଣ୍ଣ ପଦକ ପାଇଁ ପ୍ରବୀଣଙ୍କ ସାମ୍ନା ଇରାନର ବାହମାନ୍ ମହମ୍ମଦ ତେମୌରୀଙ୍କ ସହ ହେବ। ଏହା ପୂର୍ବରୁ ପ୍ରବୀଣ ଜାପାନର ୟୁତା ଆବେ ଓ ମଙ୍ଗୋଲିଆର ତୁଗ୍ସ ଏର୍ଡେନ୍ ଡେଞ୍ଜେନଶ୍ରାଭଙ୍କ ସହ ହେବ।

୫୭ କେଜି ବର୍ଗରେ ଭାରତର ରବି କୁମାର ରିପିଚେଜ୍ ରାଉଣ୍ଡରେ ତାଇପେଇର ଚିଆ ସୋ ଲିଉଙ୍କୁ ୪-୦ରେ ହରାଇ ବ୍ରୋଞ୍ଜ ପଦକ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପଦକ ମୁକାବିଲାରେ ରବି ଜାପାନର ୟୁକି ତାକାହାଶିଙ୍କୁ ଭେଟିବେ। ସେହିପରି ଭାରତର ସତ୍ୟୱର୍ତ କାଡିଆନ୍ ମଧ୍ୟ ୯୭ କେଜି ବର୍ଗର ବ୍ରୋଞ୍ଜ ପଦକ ରାଉଣ୍ଡରେ ପହଞ୍ଚିଛନ୍ତି।

କାଡିଆନ୍ କ୍ୱାର୍ଟରଫାଇନାଲରେ ବତଜୁଲ୍ ଉଲଜିମାଇଖାନଙ୍କଠାରୁ ପରାସ୍ତ ହୋଇଥିଲେ। କିନ୍ତୁ ମଙ୍ଗୋଲିଆର ଏହି ରେସଲର ଫାଇନାଲରେ ପହଞ୍ଚିବା ଦ୍ୱାରା କାଡିଆନ୍ ବ୍ରୋଞ୍ଜ ପଦକ ମୁକାବିଲରେ ସ୍ଥାନ ହାସଲ କରିଛନ୍ତି। ଅନ୍ୟପକ୍ଷରେ ରଜନୀଶ ୭୦ କେଜି ବର୍ଗରେ ହାରି ବିଦାୟ ନେଇଛନ୍ତି।



from Odisha Reporter http://bit.ly/2UtRTMl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages