ଭିଜିଲାନ୍ସ ଜାଲରେ ପୁଲିସ୍‌ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଭିଜିଲାନ୍ସ ଜାଲରେ ପୁଲିସ୍‌ ବାବୁ

ବାଲେଶ୍ୱର(ରଞ୍ଜିତ ପାକଳ): ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍‌ଆଇ ନରହରି ମହାଲିକ। ବେଲ୍‌ କରାଇଦେବା ବାହାନାରେ ସେ ବାରମ୍ୱାର ଲାଞ୍ଚ ଟଙ୍କା ନେଉଥିଲେ। ଯୋଜନା ମୁତାବକ ଆଜି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଏପରିକି ତାଙ୍କ ଘରେ ଚଢ଼ଉ କରି ୭୦,୦୦୦ ଟଙ୍କାର ଏକ ଚେକ୍‌ ଜବତ କରିଛନ୍ତି।

ପୂରା ଘଟଣା ଏମିତି। ବାଲେଶ୍ୱର ସୁନହଟ ଅଞ୍ଚଳର ଶେଖ ସକିଲ ଅହମ୍ମଦଙ୍କ ଜମି ବିବାଦକୁ ନେଇ ଟାଉନ୍‌ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏଏସ୍‌ଆଇ ନରହରି ମହାଲିକ ଏହି ମାମଲାର ତଦନ୍ତ କରୁଥିଲେ। ସକିଲ୍‌ଙ୍କୁ ବେଲ୍‌ କରାଇଦେବା ପାଇଁ ସେ ବାରମ୍ୱାର ଟଙ୍କା ନେଉଥିଲେ। ଅଭିଯୋଗ ଅନୁସାରେ ଏଏସ୍‌ଆଇ ନରହରି ପ୍ରଥମେ ୧୫,୦୦୦ ଟଙ୍କା ନେଇଥିଲେ। ପରେ ୭୦,୦୦୦ ଟଙ୍କାର ଏକ ବ୍ୟାଙ୍କ ଚେକ୍‌ ନେଇଥିବା ଅଭିଯୋଗ ହୋଇଥିଲା।

ତେବେ ଏଏସ୍‌ଆଇଙ୍କ ଉତ୍ପାତ ଅସହ୍ୟ ହେବାରୁ ଶେଖ ସକିଲ୍‌ଙ୍କ ପରିବାର ଲୋକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଏଏସ୍‌ଆଇ ନରହରି ଆଜି ଥାନା ସମ୍ମୁଖରେ ୧୦,୦୦୦ ଟଙ୍କା ନେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍‌ର ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀମାନେ ନରହରିଙ୍କ ଫକିରମୋହନନଗର ସ୍ଥିତ ଘରେ ଚଢ଼ଉ କରି ୭୦,୦୦୦ ଟଙ୍କାର ଏକ ଚେକ୍‌ ଜବତ କରିଥିଲେ।



from Odisha Reporter http://bit.ly/2UF3VHK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages