
ମୁମ୍ବାଇ: ବିଶିଷ୍ଟ ଅଭିନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବିଲାସ ରାଓ ଦେଶମୁଖଙ୍କ ପୁଅ ରିତେଶ ଆଜି ଏକ ନିର୍ବାଚନୀ ପ୍ରଚାର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପୂର୍ବରୁ ନିଜର ନିର୍ବାଚନମଣ୍ଡଳୀରୁ ପ୍ରଚାର ସମୟରେ ସେ ମୋଦିଙ୍କୁ ଖୋଲାଖୋଲି ସମାଲୋଚନା କରିଛନ୍ତି। ସେ କହିଛନ୍ତି କଂଗ୍ରେସ ହିଁ ଦେଶ ପାଇଁ ସ୍ୱାଧୀନତା ଆଣିଥିଲା।
ସେ ଆହୁରି ମଧ୍ୟ କହିଥିଲେ, ପ୍ରିୟଙ୍କା ଗାନ୍ଧି ପୂର୍ବରୁ କହିସାରିଛନ୍ତି ଦେଶ ଚଲାଇବା ପାଇଁ ଭଲ ହୃଦୟ ଦରକାର, ୫୬ ଇଞ୍ଚର ଛାତି ନୁହେଁ। ମୁଁ ଆଶ୍ଚର୍ଯ୍ୟ ହେଉଛି ସତରେ ୫୬ ଇଞ୍ଚର ଛାତି କେତେ ବଡ଼ ନ ହୋଇଥିବ!
ସୂଚନାଯୋଗ୍ୟ ଯେ, ରିତେଶଙ୍କ ବାପା ବିଳାସ ରାଓ ଦେଶମୁଖ ମୃତ୍ୟୁ ପର୍ଯ୍ୟନ୍ତ କଂଗ୍ରେସର ଆଗଧାଡ଼ିର ମୁହଁ ଭାବରେ ପରିଚିତ ଥିଲେ। କିନ୍ତୁ ରିତେଶ ସକ୍ରିୟ ରାଜନୀତିକୁ ଆସିବା କେବଳ ଚର୍ଚ୍ଚାରେ ସୀମିତ ରହିଛି। ତାଙ୍କର ଅନ୍ୟ ଦୁଇ ଭାଇ କିନ୍ତୁ ରାଜନୀତିରେ ଅଛନ୍ତି।
ଦେଶମୁଖ ଏହି ଅବସରରେ କହିଥିଲେ, କଂଗ୍ରେସ ଦେଶକୁ ମୋବାଇଲ, ଇଣ୍ଟରନେଟ୍ ଏବଂ କମ୍ପ୍ୟୁଟର ଆଣିଛି। ଫେସବୁକ୍, ଟ୍ୱିଟର ଆଦି ଏବେ ଫୋନ୍ରେ ଉପଲବ୍ଧ ହେଉଛି, ଏହି ଫୋନ୍ କଂଗ୍ରେସ ଅମଳରେ ହିଁ ଭାରତକୁ ଆସିଛି।
from Odisha Reporter http://bit.ly/2v82GSo
No comments:
Post a Comment