
ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ତଥା ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି। ଦୀର୍ଘଦିନ ଧରି ବିଜେପିରେ ଥିବାବେଳେ ଦଳ ବିରୋଧୀ କାର୍ଯ୍ଯରେ ଲିପ୍ତ ଥିଲେ। ପ୍ରଧାନମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷଙ୍କୁ ସମାଲୋଚନା କରିବା ସହ ବିରୋଧୀଙ୍କ ସହ ହାତ ମିଶାଉଥିଲେ ବିହାର ପାଟନାସାହିବର ଏହି ବିଜେପି ସାଂସଦ।
ଆଜି ଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ଯାଳୟରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଏବଂ ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ଉପସ୍ଥିତିରେ ଶତ୍ରୁଘ୍ନ କଂଗ୍ରେସରେ ମିଶିଥିଲେ।
ତେବେ ବିହାର ପାଟନାସାହିବ ନିର୍ବାଚନ ମଣ୍ଡଳୀ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବାକୁ ଆଶା ରଖିଥିବା ଏହି ନେତା ନିର୍ବାଚନ ଲଢ଼ିବେ ବୋଲି ଆଶା ରଖିଛନ୍ତି। ବିହାରରେ ଆରଜେଡ଼ି, କଂଗ୍ରେସ ଓ ଅନ୍ଯାନ୍ଯ ଦଳ ସହ ମହାମେଣ୍ଚ ହୋଇଛି। ପାଟଣାସାହିବ ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ସ୍ଥିର ହୋଇଥିବାରୁ ଶତ୍ରୁଘ୍ନ ସିହ୍ନା ପ୍ରାର୍ଥୀ ହେବା ଏକ ପ୍ରକାର ଥୟ ବୋଲି ଜଣାପଡ଼ିଛି। ତାଙ୍କ ବିପକ୍ଷରେ ଏନଡ଼ିଏର ବିଜେପି ପ୍ରାର୍ଥୀ ସାଂସଦ ରବିଶଙ୍କର ପ୍ରସାଦ ହୋଇଛନ୍ତି।
from Odisha Reporter http://bit.ly/2WPpuBT
No comments:
Post a Comment