ସୁନିଲ୍‌ଙ୍କ ସହ ବିବାଦ ଏବଂ ସୋଶାଲ୍‌ ମିଡିଆରେ ଟ୍ରଲ୍‌ ହେବା ନେଇ ମୁହଁ ଖୋଲିଲେ କପିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ସୁନିଲ୍‌ଙ୍କ ସହ ବିବାଦ ଏବଂ ସୋଶାଲ୍‌ ମିଡିଆରେ ଟ୍ରଲ୍‌ ହେବା ନେଇ ମୁହଁ ଖୋଲିଲେ କପିଲ୍‌

ମୁମ୍ବାଇ:  କପିଲ୍‌ ଶର୍ମା ନିଜ କମେଡି ଶୋ’ “ଦ କପିଲ୍‌ ଶର୍ମା ଶୋ’କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଗତ ବର୍ଷ ବିବାହ କରିଥିବା କପିଲ୍‌ ନିଜ ଜନ୍ମଦିନ  ଏପ୍ରିଲ୨ ରେ  ସେଲିବ୍ରେଟ୍‌ କରିଥିଲେ । ନିଜେ ଏକ ଶୋ ହୋଷ୍ଟ କରୁଥିବା କପିଲ୍‌ କିଛି ଦିନ ପୂର୍ବେ ବଲିଉଡ୍‌ ଅଭିନେତା ଅର୍‌ବାଜ୍‌ ଖାନ୍‌ଙ୍କ ଟକ୍‌ ଶୋ’ରେ ଗେଷ୍ଟ ଭାବେ ଦେଖା ଯାଇଥିଲେ। ସେହି ଶୋ’ରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ସୋଶାଲ୍‌ ମିଡିଆରେ ଟ୍ରଲ୍‌ ହେବା ଉପରେ ବହୁ ବଡ଼ କଥା କହିଛନ୍ତି।

କପିଲ୍‌ ନିଶା କରୁଥିବା  ନେଇ ଅଧିକାଂଶ ସମୟରେ ସୋଶାଲ୍‌ ମିଡିଆରେ ଟ୍ରଲ୍‌ର ସମ୍ମୁଖୀନ ହେଉଛନ୍ତି। ସୋଶାଲ୍‌ ମିଡିଆରେ ଲୋକମାନେ ତାଙ୍କୁ ମଦୁଆ, ଏବଂ  ଡ୍ରଗ୍ସ ନେଉଛନ୍ତି ବୋଲି ଟ୍ରଲ୍‌ କରୁଛନ୍ତି। ଏହା ଉପରେ ସେ ଜବାବ୍‌ ଦେଇ କହିଛନ୍ତି ଯେ, “ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ, ଜୀବନରେ ମୁଁ ଆଜି ଯାଏ କେବେ ଡ୍ରଗ୍ସ ନେଇନାହିଁ”।

ଏହା ମଧ୍ୟ ସେ କହିଛନ୍ତି ଯେ, ଲୋକମାନେ ବହୁତ ଚାଲାକ୍‌ ଅଛନ୍ତି। ପୂର୍ବ ବର୍ଷ ସେ ମଦ ପିଉଥିବା ଏବଂ ଅବସାଦରେ ଥିବା କଥା ସ୍ୱୀକାର କରିଥିଲେ।
ଏହା ପରେ କପିଲ ଶର୍ମା ତାଙ୍କ ସାଙ୍ଗ ଏବଂ କମେଡିଆନ୍‌ ସୁନିଲ୍‌ ଗ୍ରୋଭରଙ୍କ  ସହ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ।

ଆପଣ ମଧ୍ୟ ଜାଣିଥିବେ ଯେ କପିଲ୍‌ ଏବଂ ସୁନିଲ୍‌ଙ୍କ ମଧ୍ୟରେ ବହୁତ ବଡ଼ ଝଗଡ଼ା ହୋଇଥିଲା। ଯେଉଁଥିପାଇଁ ସୁନିଲ୍‌ଙ୍କ ସହ ଚନ୍ଦନ ପ୍ରଭାକର୍‌, ଅଲି ଅଜ୍‌ଗରଙ୍କ ସମେତ  ବହୁ କଳାକାର “ଦ କପିଲ୍‌ ଶର୍ମା ଶୋ’’ ଶୋ’ ଛାଡ଼ି ଦେଇଥିଲେ। ଏହାପରେ ଏହି ଶୋ’ର ଟିଆରପି ମଧ୍ୟ ବହୁ କମି ଯାଇଥିଲା।  କପିଲ୍‌ ନିଜ ଭୁଲ ପାଇଁ ସୁନିଲ୍‌ଙ୍କୁ କ୍ଷମା ମଧ୍ୟ ମାଗିଥିଲେ। କିନ୍ତୁ ସୁନିଲ୍‌ ତାଙ୍କ ସହ ଦୂରତା ବଜାୟ ରଖିଛନ୍ତି ଏବଂ ଏହି ବିବାଦର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ ।



from Odisha Reporter https://ift.tt/2uIblul

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages