ରାହୁଲଙ୍କୁ ୧ ଟଙ୍କା କ୍ଷତିପୂରଣ ମାଗିଲା ଆରଏସଏସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ରାହୁଲଙ୍କୁ ୧ ଟଙ୍କା କ୍ଷତିପୂରଣ ମାଗିଲା ଆରଏସଏସ

RSS Vijay Dashmi function

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ମତଦାନ ପାଖେଇ ଆସୁଥିବାବେଳେ ମୁମ୍ବାଇର ଥାନେ କୋର୍ଟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସିପିଆଇ (ଏମ) ନେତା ସୀତାରାମ ୟେଚୁରୀଙ୍କୁ ଏପ୍ରିଲ ୩୦ ସୁଦ୍ଧା ହାଜର ହେବା ପାଇଁ ସମନ କରିଛନ୍ତି।

୨୦୧୭ ମସିହା ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଆରଏସଏସ ଓ ବିଜେପିର ହାତ ଥିବା ନେଇ ରାହୁଲ ଗାନ୍ଧି ଓ ସୀତାରାମ ୟେଚୁରୀ ପ୍ରତିକ୍ରିୟା ରଖିଥିଲେ। ଏହାପରେ ଆରଏସଏସ ସେମାନଙ୍କ ବିରୋଧରେ ମାନହାନି କେସ ଦାୟର କରିଛି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୬ ସେପ୍ଚେମ୍ବର ୨୦୧୭ରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଥିଲେ କି ଯିଏ ବି ଆରଏସଏସ, ବିଜେପି ବିରୋଧରେ କହିବ ସେ ଆକ୍ରମଣ କିମ୍ବା ହତ୍ୟାର ଶିକାର ହେବ। ଏହା ଦେଶର କଣ୍ଠରୋଧ ବୋଲି ସେ କହିଥିଲେ।

ଆରଏସଏସ ଦାୟର କରିଥିବା ମାମଲାରେ ଦର୍ଶାଇଛି ଯେ ବିନା କୌଣସି ପ୍ରମାଣରେ ରାହୁଲ ଆରଏସଏସ ଉପରେ ପ୍ରତିକ୍ରିୟା ରଖି ସଂଗଠନର ସମ୍ମାନହାନି କରୁଛନ୍ତି। କର୍ଣ୍ଣାଟକା ସରକାର ଏ ବାବଦରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତଦନ୍ତକାରୀ ସଂସ୍ଥା ଏଯାଏ ଆରଏସଏସକୁ ତଦନ୍ତ ପରିସରଭୁକ୍ତ କରିନାହିଁ।

ଆରଏସଏସ ପକ୍ଷରୁ ଆଇନଜୀବୀ ଆଦିତ୍ୟ ମିଶ୍ର କୋର୍ଟରେ ୨ଟି ପ୍ରାର୍ଥନା କରିଛନ୍ତି; ପ୍ରଥମଟି ଆରଏସଏସ ବାବଦରେ ବିନା ପ୍ରମାଣରେ କଂଗ୍ରେସ ଓ ସପିଆଇ(ଏମ)ର ନେତା ଓ କର୍ମୀ ପ୍ରତିକ୍ରିୟା ଦେବାରୁ ଦୂରେଇ ରୁହନ୍ତୁ । ଦ୍ବିତୀୟରେ ଏଭଳି ମିଥ୍ୟା ଆରୋପ ପାଇଁ ୧ ଟଙ୍କା କ୍ଷତିପୂରଣ ଦାବି କରିଛି ଆରଏସଏଏସ।

କୋର୍ଟ ସମସ୍ତ ପକ୍ଷ ଶୁଣିବାପରେ ରାହୁଲ ଗାନ୍ଧି ଓ ସୀତାରାମ ୟେଚୁରୀଙ୍କୁ ସମନ କରି ଏପ୍ରିଲ ୩୦ ତାରିଖ ସୁଦ୍ଧା ନିଜର ପକ୍ଷ ରଖିବାକୁଲ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/2WJpbZg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages