
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆଡ଼େ ମୁହାଁଉଥିବା ସାମୁଦ୍ରିକ ଝଡ଼୍ ‘ଫୋନି’କୁ ନେଇ ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଫୋନି ପାଇଁ ସମସ୍ତେ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ପ୍ରଭାବିତ ହେବାର ଆଶଙ୍କା ଥିବା ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏଥିସହ କ୍ୟାବିନେଟ୍ ସଚିବଙ୍କୁ ପରିସ୍ଥିତି ଉପରେ ନିଜର ରଖିବାକୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏହାର ଆକଳନ ପାଇଁ ସମସ୍ତ ସମ୍ପୃକ୍ତ ରାଜ୍ୟ ସରକାର, କେନ୍ଦ୍ର ମନ୍ତ୍ରଣାଳୟ ଏବଂ ଏଜେନ୍ସିଗୁଡ଼ିକ ସହ ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ବୈଠକ କରିବା ପାଇଁ କ୍ୟାବିନେଟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏନ୍ଡିଆରଏଫ ଓ ଭାରତୀୟ ତଟରକ୍ଷୀ ବାହିନୀକୁ ସତର୍କ କରାଯାଇଛି ଏବଂ ସେମାନଙ୍କୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତ ସମ୍ପୃକ୍ତ ରାଜ୍ୟମାନଙ୍କୁ ଆଇଏମଡି ୩ ଘଣ୍ଟିଆ ବୁଲେଟିନ୍ ମାଧ୍ୟମରେ ପାଣିପାଗ ସୂଚନା ଦେଉଛି।
ଅନ୍ୟପକ୍ଷରେ ଆଜି କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସାମୁଦ୍ରିକ ଝଡ଼ ଫୋନିର ମୁକାବିଲାର ସମୀକ୍ଷା କରାଯାଇଛି। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଓ ପ୍ରମୁଖ ସଚିବମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ। ଫୋନି ପାଇଁ ସମସ୍ତେ ପ୍ରସ୍ତୁତ ବୋଲି ସେମାନେ କହିଛନ୍ତି।
from Odisha Reporter http://bit.ly/2GUDSnD
No comments:
Post a Comment