ଇଂଲଣ୍ଡ ବିଶ୍ୱକପ୍ ଟିମରୁ ହେଲ୍ସ ବିଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ଇଂଲଣ୍ଡ ବିଶ୍ୱକପ୍ ଟିମରୁ ହେଲ୍ସ ବିଦା

ଲଣ୍ଡନ: ଇଂଲଣ୍ଡ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଆଲେକ୍ସ ହେଲ୍ସ ବିଶ୍ୱକପ୍ ଖେଳିପାରିବେ ନାହିଁ। ବିଶ୍ୱକପର ଠିକ୍ ପୂର୍ବରୁ ତାଙ୍କୁ ଇଂଲଣ୍ଡର ସବୁ ଫର୍ମାଟରୁ ବାଦ୍ କରି ଦିଆଯାଇଛି। କିଛିଦିନ ତଳେ ଡ୍ରଗ୍ସ ସେବନ କାରଣରୁ ତାଙ୍କୁ ୨୧ ଦିନ ପାଇଁ ବ୍ୟାନ୍ କରାଯାଇଥିଲା।

ସେ ବିନା କୌଣସି ଚିକିତ୍ସା ପରାମର୍ଶରେ ରିକ୍ରିଏସନାଲ୍ ଡ୍ରଗ୍ସ ସେବନ କରୁଥିବାର ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହା ପରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଅନିଶ୍ଚିତକାଳ ପର୍ଯ୍ୟନ୍ତ ବିଶ୍ରାମ ନେଇଥିଲେ। ତେବେ ପରେ ସେ ଡ୍ରଗ୍ସ ସେବନ କରିଥିବା କଥା ଜଣାପଡ଼ିଥିଲା ଏବଂ ଏହି କାରଣରୁ ତାଙ୍କୁ କ୍ରିକେଟରୁ ବ୍ୟାନ୍ କରାଯାଇଥିଲା।

ତାଙ୍କୁ ବାଦ୍ ଦେବା ନିଷ୍ପତ୍ତି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ମ୍ୟାନେଜିଂ ଡାଇରେକ୍ଟର ତଥା ଟିମର ଚୟନକର୍ତ୍ତା ନେଇଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ହେଲ୍ସ ବର୍ତ୍ତମାନ ଆୟର୍ଲ୍ୟାଣ୍ଡ ବିପକ୍ଷ ଏକମାତ୍ର ଦିନିକିଆ ଖେଳିପାରିବେ ନାହିଁ। ଏହାଛଡ଼ା ତାଙ୍କୁ ପାକିସ୍ତାନ ବିପକ୍ଷ ଏକମାତ୍ର ଟି-୨୦ ଏବଂ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ସହ ବିଶ୍ୱକପ୍ ପାଇଁ ଇଂଲଣ୍ଡ ଟିମରୁ ବାଦ୍ ଦିଆଯାଇଛି।

ଇଂଲଣ୍ଡ ପୁରୁଷ କ୍ରିକେଟ ଟିମର ମ୍ୟାନେଜିଂ ଡାଇରେକ୍ଟର ଆସଲେ ଜାଇଲ୍ସ କହିଛନ୍ତି, ‘ଆମେ ଅନେକ ବିଚାରବିମର୍ଶ କଲୁ। ଆମେ ଇଂଲଣ୍ଡ କ୍ରିକେଟ୍ ଟିମର ଆଖପାଖ ପରିବେଶକୁ ଭଲ କରିବାକୁ ପ୍ରୟାସ କରିଛୁ। ଖେଳାଳିମାନଙ୍କ ଧ୍ୟାନ ଯେମିତି ନ ହଟିବ, ସେଥିପ୍ରତି ଆମକୁ ନଜର ରଖିବାକୁ ପଡ଼ିବ। ଏହାଛଡ଼ା ଆମେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ, ହେଲ୍ସଙ୍କ କ୍ରିକେଟ୍ କ୍ୟାରିୟର ଏବେ ଶେଷ ହୋଇଛି। ଇସିବି ହେଲ୍ସଙ୍କ ସହାୟତା କରିବ ଏବଂ ଆବଶ୍ୟକତା ଅନୁଯାୟୀ ତାଙ୍କୁ ସମର୍ଥନ ଦେବ।’ ଇଂଲଣ୍ଡ ଖୁବଶୀଘ୍ର ହେଲ୍ସଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କ ନାମ ଘୋଷଣା କରିବ।



from Odisha Reporter http://bit.ly/2PCdpgY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages