ବିମାନବନ୍ଦରରୁ ଧରା ପଡ଼ିଲାଣି ସାଢେ ଚାରି କୋଟି ଟଙ୍କାର ସୁନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ବିମାନବନ୍ଦରରୁ ଧରା ପଡ଼ିଲାଣି ସାଢେ ଚାରି କୋଟି ଟଙ୍କାର ସୁନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷକ ଭିତରେ ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହୋଇଛି ୧୩.୭୭ କେଜି ସୁନା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢେ ଚାରି କୋଟି ଟଙ୍କା ହେବ। ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ୱର ଜୋନ କଷ୍ଟମ ଓ ଜିଏସ୍‌ଟି ବିଭାଗର ଚିଫ୍‌ କମିଶନର ନରେଶ ପେନୁ ମକା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରାଯାଇଛି।

୨୦୧୯ ଏପ୍ରିଲ ୩ ତାରିଖରେ ଭୁବନେଶ୍ୱର ଏୟାରପୋର୍ଟରୁ ଧରା ପଡ଼ିଥିଲା ୯ ଲକ୍ଷରୁ ଅଧିକ ଟଙ୍କାର ଚୋରା ସୁନା। ଏହି ସୁନା ବ୍ୟାଙ୍କକ୍‌ରୁ ଆସୁଥିବା ବିମାନରୁ ଜବତ ହୋଇଥିଲା। ଯାହାକୁ ପୋଷାକର ବଟନ ଭିତରେ ଲୁଚାଇ ଅଣାଯାଉଥିଲା। ଏହାର ଓଜନ ଥିଲା ୨୭୮ ଗ୍ରାମ୍। ଏହି ଘଟଣାରେ କଷ୍ଟମସ ବିଭାଗ ୨ ଜଣଙ୍କୁ ଅଟକ ରଖିଥିଲା।

୨୦୧୯ ମାର୍ଚ୍ଚ ୩ ତାରିଖରେ ଦୁବାଇରୁ ଦିଲ୍ଲୀ ଦେଇ ଭୁବନେଶ୍ୱରକୁ ଆସୁଥିବା ବିମାନରୁ ୨୩ ଲକ୍ଷରୁ ଅଧିକ ଟଙ୍କାର ସୁନାକୁ ଜବତ କରିଥିଲା କଷ୍ଟମ ବିଭାଗ। ୫ ଖଣ୍ଡ ସୁନାକୁ ଲୁଚାଇ ଆଣିବା ଅଭିଯୋଗରେ ଜଣେ ମହିଳା ଧରା ପଡ଼ିଥିଲେ।

୨୦୧୯ ଫେବ୍ରୁଆରୀ ୨୨ ତାରିଖରେ ବ୍ୟାଙ୍କକରୁ ଆସୁଥିବା ବିମାନରୁ ମଧ୍ୟ ସୁନା ଜବତ ହୋଇଥିଲା। ଯାହାକୁ ପୋଷାକର ବଟନ ଜାଗାରେ ଗୋଲଡ୍‌ ରିଙ୍ଗ ଲୁଚାଉ ଆଣୁଥିବା ବେଳେ ସାଢେ ୯ ଲକ୍ଷରୁ ଅଧିକ ଟଙ୍କାର ସୁନା ଜବତ ହୋଇଥିଲା।

ଲୋଭରେ ପଡ଼ି ହେଉ ଅବା ଚୋରା କାରବାର ହେଉ, ଭୁବନେଶ୍ୱର ଏୟାରପୋର୍ଟରୁ ଗୋଟିଏ ବର୍ଷ ଭିତରେ ଧରାପଡିଛି କୋଟି କୋଟି ଟଙ୍କାର ଚୋରା ସୁନା।

ସୂଚନା ଅନୁସାରେ ୨୦୧୮ରୁ ୨୦୧୯ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୧୩.୭୭ କେଜି ଚୋରା ସୁନା ଜବତ ହୋଇଛି। ଯାହାର ମୂଲ୍ୟ ସାଢେ ଚାରି କୋଟି ହେବ। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ଭୁବନେଶ୍ୱର ଜୋନର କଷ୍ଟମ ଓ ଜିଏସ୍‌ଟି ବିଭାଗର ଚିଫ୍ କମିଶନର କହିଛନ୍ତି।



from Odisha Reporter https://ift.tt/2TWExYS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages