ଯୋଗୀଙ୍କୁ ପରୋକ୍ଷରେ ଦେଶଦ୍ରୋଦୀ କହିଲେ ଜେନେରାଲ ଭିକେ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଯୋଗୀଙ୍କୁ ପରୋକ୍ଷରେ ଦେଶଦ୍ରୋଦୀ କହିଲେ ଜେନେରାଲ ଭିକେ ସିଂହ

ନୂଆଦିଲ୍ଲୀ: ‘ମୋଦିଜୀ କି ସେନା’ ବୟାନକୁ ନେଇ ଏବେ ବିଜେପିରେ ଫାଟ ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଶୋଭାଯାତ୍ରାରେ ଭାରତୀୟ ସେନାକୁ ମୋଦିଜୀ କି ସେନା କହିଥିଲେ। ଏହା ଉପରେ ଆଜି ପ୍ରତିକ୍ରିୟା ଦେଇ ଅନ୍ୟତମ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ କହିଛନ୍ତି, “ ସେନା ବାହିନୀ ହେଉଛି ଦେଶର। ଏହା କୌଣସି ରାଜନୀତିକ ଦଳର ନୁହେଁ। ଯେଉଁମାନେ ସେନାକୁ ନିଜର ବୋଲି କହୁଛନ୍ତି, ସେମାନେ ଦେଶଦ୍ରୋହୀ।”

ବିବିସିକୁ ସାକ୍ଷାତକାର ଦେଇ ଶ୍ରୀ ସିଂହ କହିଛନ୍ତି, “ ଯୋଗୀ ଆଦିତ୍ୟନାଥ କେଉଁ ପ୍ରସଙ୍ଗରେ ଏଭଳି କହିଛନ୍ତି ମୁଁ ଜାଣିନାହିଁ। ପ୍ରଚାର କଲାବେଳେ ବିଜେପିର ଲୋକମାନେ ନିଜ ଦଳର କର୍ମୀଙ୍କୁ ସେନା ବୋଲି କୁହନ୍ତି। ତେଣୁ ଯୋଗୀ କେଉଁ ସେନା ବିଷୟରେ କହିଥିଲେ? ଆପଣ ମୋତେ ଭାରତୀୟ ସେନା କଥା ପଚାରୁଛନ୍ତି ନା ରାଜନୀତିକ ଦଳର ସେନା କଥା କହୁଛନ୍ତି?

ତେଣୁ ଯୋଗୀ କାହାକୁ ମୋଦିଜୀ କି ସେନା କହିଛନ୍ତି, ତାହା ମୁଁ ଜାଣିନାହିଁ। କିନ୍ତୁ ଯଦି ଜଣେ ଭାରତୀୟ ସେନାକୁ ମୋଦିଜୀକି ସେନା ବୋଲି କହିଛନ୍ତି, ତା’ହେଲେ ଏହା କେବଳ ଭୁଲ ନୁହେଁ ବରଂ ଏକ ଦେଶଦ୍ରୋହୀ କାର୍ଯ୍ୟ। ଆମେ ସେହିଭଳି ଲୋକଙ୍କୁ ଦେଶଦ୍ରୋହୀ ବୋଲି କହିବା। ଭାରତୀୟ ସେନା ସର୍ବଦା ଭାରତର। ଏହା କୌଣସି ରାଜନୀତିକ ଦଳର ନୁହେଁ।”



from Odisha Reporter https://ift.tt/2YLhyUl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages