
ନୂଆଦିଲ୍ଲୀ: ସକାଳ ସମୟରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ରହି ରହି ୨ ଘଣ୍ଟା ମଧ୍ୟରେ ୯ଥର ଭୂମିକମ୍ପ ହୋଇଛି । ୪.୭ରୁ ୫.୨ ମଧ୍ୟରେ ଭୂମିକମ୍ପର ତୀବ୍ରତା ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର ସିସମୋମୋଲଜି ପ୍ରକାଶ କରିଛି।
ପ୍ରଥମ ଭୂମିକମ୍ପ ସକାଳ ୫ଟା ୧୪ରେ ହୋଇଥିଲା ଯାହାର ତୀବ୍ରତା ୪.୯ ତୀବ୍ରତା ରହିଥିଲା ତେବେ ଏହାର କିଛି ମିନିଟ ପରେ ଦ୍ବିତୀୟ ଭୂମିକମ୍ପ ହୋଇଥିଲା ଯାହାର ତୀବ୍ରତା ୫ ଥିଲା ବୋଲି ଜଣାପଡ଼ିଛି। ଅନ୍ତିମ ଭୂମିକମ୍ପ ୬ଟା ୫୪ ସମୟରେ ହୋଇଥିଲା ଯାହାର ତୀବ୍ରତା ୫.୨ ଥିଲା ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2UiSmVN
No comments:
Post a Comment