ନବୀନ ସରକାରକୁ ଉପାଡ଼ି ଫିଙ୍ଗିଦିଅ: ଅମିତ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ନବୀନ ସରକାରକୁ ଉପାଡ଼ି ଫିଙ୍ଗିଦିଅ: ଅମିତ ଶାହ

amit123

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଆପଣମାନେ କଂଗ୍ରେସକୁ ଶାସନ କରିବାର ସୁଯୋଗ ଦେଇଛନ୍ତି। ବିଜେଡିକୁ ୧୯ ବର୍ଷ ହେଲାଣି ଶାସନ କରିବାର ସୁଯୋଗ ଦେଇଛନ୍ତି। ଥରେ ବିଜେପିକୁ ସୁଯୋଗ ଦେଇ ଦେଖନ୍ତୁ। ୫ ବର୍ଷରେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିଦେବୁ। ତେଣୁ ଆଜି ହିଁ ନବୀନ ସରକାରକୁ ଉପାଡ଼ି ଫୋପାଡ଼ି ଦେବାର ସଂକଳ୍ପ ନିଅନ୍ତୁ।”

ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଏକ ନିର୍ବାଚନୀ ସଭାରେ ଏଭଳି ଆହ୍ୱାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅମିତ ଶାହ।

ଭାଷଣ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରି ଅମିତ ଶାହ କହିଥିଲେ,“ନବୀନ ପଟ୍ଟନାୟକ ୧୯ ବର୍ଷ ହେଲାଣି ଓଡ଼ିଶାରେ ଶାସନ କରୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ସେ ଆଜି ପର୍ଯ୍ୟନ୍ତ ଓଡ଼ିଆ କହିପାରିଲେନି। ତେଣୁ ଆପଣମାନେ ଏମିତି ଜଣେ ମୁଖ୍ୟମନ୍ତ୍ରୀ ବାଛନ୍ତୁ ଯିଏ ଓଡ଼ିଆରେ କଥା ହୋଇପାରିବେ।”

ସେ କହିଥିଲେ,“ନିକଟରେ ସୁରଟରେ ଏକ ସଭା କରିଥିଲି। ସେଠାରେ ୩୦ ହଜାର ଓଡ଼ିଆ ଲୋକ ସାମିଲ ହୋଇଥିଲେ। ତେବେ ଓଡ଼ିଶାର ହଜାର ହଜାର ଲୋକ କାହିଁକି ନିଜ ଘରଦ୍ୱାର, ବାପାମା’ ଓ ପିଲାଛୁଆ ଛାଡ଼ି ସୁରଟ ଯାଉଛନ୍ତି? ୧୯ ବର୍ଷ ହେଲାଣି ନବୀନ ବାବୁଙ୍କ ସରକାର କ’ଣ କରୁଛି? ବିଜେପି ସରକାରକୁ ଆସିଲେ ଓଡ଼ିଶା ଲୋକଙ୍କୁ ଆଉ ସୁରଟ ଯିବାକୁ ପଡ଼ିବନି। ସେମାନେ ନିଜ ଗାଁରେ କାମ ପାଇବେ ଓ ନିଜ ଘର ଲୋକଙ୍କ ସହିତ ରହିବେ।”

amit1ଅମିତ ଶାହ କହିଥିଲେ,“ରାଜ୍ୟ ସରକାର ପଶ୍ଚିମ ଓ ମଧ୍ୟ ଓଡ଼ିଶାକୁ ସଉତୁଣୀ ଭଳି ବ୍ୟବହାର କରିଛନ୍ତି। ଏ ସରକାର ପ୍ରତି କାମରେ କମିଶନ୍ ନେଉଛି। ଏମିତି କି ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ବି ଛାଡ଼ି ନାହାନ୍ତି। ନବୀନ ସରକାର ମହେନ୍ଦ୍ର ତନୟା ପ୍ରକଳ୍ପ କରିପାରିଲେନି। ରାଜ୍ୟରେ ପ୍ରତି ଘରକୁ ପିଇବା ପାଇଁ ବିଶୁଦ୍ଧ ପାଣି ଯୋଗାଇ ପାରି ନାହାନ୍ତି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ନବୀନ ବାବୁ ଭ୍ରଷ୍ଟାଚାର ଛଡ଼ା କିଛି କରିନାହାନ୍ତି।”

ଶ୍ରୀ ଶାହ କହିଥିଲେ, ଗରିବୀ କେମିତି ଦୂର କରାଯାଏ ସେ ନେଇ ନବୀନ ବାବୁ ଟ୍ୟୁସନ ହେବା ଦରକାର। ଏହି ଟ୍ୟୁସନ୍ ପାଇଁ ତାଙ୍କୁ କିଛି ଫି’ ଦେବାକୁ ପଡ଼ିବନି। ଆମେ ତାଙ୍କୁ ମାଗଣାରେ ଟ୍ୟୁସନ୍ କରିବୁ। କିନ୍ତୁ ସେଥିପାଇଁ ଏବେ ସମୟ ନାହିଁ। ସେ ସମୟ ପଳାଇଛି। ଓଡ଼ିଶାକୁ ଏବେ ଜଣେ ଯୁବ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଯୋଗାଇ ଦେଇଥିବା ସବୁ ସହାୟତାକୁ ଏଠାରେ ସରକାର ଅଟକାଇ ରଖିଛନ୍ତି। ତେଣୁ ଏଠାରେ ବିଜେପି ସରକାର ଆସିବା ଦରକାର।

ଏହା ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ଆଣିବାକୁ ଅନୁରୋଧ କରିଥିଲେ।

ସେ କହିଥିଲେ, “ମୁଁ ଯୁଆଡ଼େ ଯାଉଛି ସବୁଠୁ ଶୁଭୁଛି ମୋଦି ସରକାର ଆସିବା ଦରକାର। ଦେଶସାରା ଲୋକ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ଦେଶରେ ପୁଣି ମୋଦି ସରକାର ଆଣିବାକୁ ଆପଣମାନେ ସଂକଳ୍ପ ନିଅନ୍ତୁ। କେବଳ ଓଡ଼ିଶାରେ ୪୮ ଲକ୍ଷ ମହିଳାଙ୍କୁ ମାଗଣା ଗ୍ୟାସ୍ ମିଳିଛି। ଘରେ ଘରେ ବିଜୁଳି ପହଞ୍ଚାଇବା କାମ ମୋଦି କରିଛନ୍ତି।”

amit2ଅମିତ ଶାହ କହିଥିଲେ, ବିଜେପି ଦେଶକୁ ଏମିତି ଜଣେ ପ୍ରଧାନମନ୍ତ୍ରୀ ଦେଇଛି ଯିଏ ୨୪ ଘଣ୍ଟାରୁ ୧୮ ଘଣ୍ଟା ଗରିବ ଲୋକଙ୍କ ଉନ୍ନତି ପାଇଁ ଚିନ୍ତା କରୁଛନ୍ତି। ଦେଶ ତାଙ୍କ ହାତରେ ସୁରକ୍ଷିତ। ସେ ଜଣେ କର୍ମଠ ଓ ସମ୍ବେଦନଶୀଳ ପ୍ରଧାନମନ୍ତ୍ରୀ।

ଏହା ସହିତ ସେ କଂଗ୍ରେସ ଓ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଥିଲେ।

ରାହୁଲଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, ସମଝୌତା ଏକ୍ସପ୍ରେସ ମାମଲାରେ ସବୁ ହିନ୍ଦୁ ନିର୍ଦ୍ଦୋଷ ହୋଇଛନ୍ତି। ହିନ୍ଦୁ କେବେ ଆତଙ୍କବାଦୀ ହୁଏ ନାହିଁ। ସେ ଦେଶ ଗଠନ କରେ।

କଂଗ୍ରେସକୁ ଆକ୍ରମଣ କରି ଅମିତ କହିଥିଲେ, ପୁଲୱାମାରେ ଆତଙ୍କବାଦୀ ହମଲାର କଡ଼ା ପ୍ରତିଶୋଧ ନିଆଗଲା। ମୋଦି ମୌନୀବାବା ନୁହନ୍ତି। ଆତଙ୍କବାଦୀଙ୍କୁ ତାଙ୍କ ଘରେ ପଶି ମରାଗଲା।



from Odisha Reporter https://ift.tt/2JVEvRn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages