
ଟୋକିଓ : ଫାଷ୍ଟ ଫୁଡ ମାୟାରେ ଆଜିର ଯୁବ ବର୍ଗ ସମ୍ପୂର୍ଣ୍ଣ ଭାବେ କିମିଆ ହୋଇଯାଇଛନ୍ତି। ପିଜା, ବର୍ଗର ପରି ଫାଷ୍ଟ ଫୁଡ୍ ଶରୀର ଲାଗି ହାନିକାରକ ବୋଲି ଜାଣି ମଧ୍ୟ ଏହାକୁ ଖାଇବାର ଲୋଭ ସମ୍ବରଣ କରିପାରନ୍ତି ନାହିଁ ସେମାନେ। ଏହାର ଦାମ ପକେଟ୍ ସୁହାଇଲା ପରି ହେଉଥିବା ବେଳେ ଖାଇବାକୁ ଚଟପଟା ହେଉଥିବାରୁ ଯେ, କେହି ଏହାର ମୋହରେ ପଡ଼ି ଯାଉଛନ୍ତି।
ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ବର୍ଗର ବିଷୟରେ କହିବୁ, ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। ଏହି ଖାସ୍ ବର୍ଗରର ଦାମ ୬୩ ହଜାର ଟଙ୍କା। ଏହାକୁ ଦୁନିଆର ସବୁଠୁ ମହଙ୍ଗା ବର୍ଗର କୁହାଯାଉଛି।

ଜାପାନର ରାଜଧାନୀ ଟୋକିଓର ଏକ ରେସ୍ତୋରାଁରେ ଏହାର ବିକ୍ରି ହେଉଛି। ଏହାର ନାମ ‘ଗୋଲଡେନ ଜଏଣ୍ଟ ବର୍ଗର’ ରହିଛି। ଆସନ୍ତା ଜୁନ୍ ମାସ ଯାଏ ଏହା ଉପଲବ୍ଧ ହେବ ବୋଲି ଏହାର ବିକ୍ରେତା ଘୋଷଣା କରିଛନ୍ତି। ଏହା ଆନୁମାନିକ ଭାବେ ୬ ଇଞ୍ଚ ଚଉଡ଼ା ଓ ୧୦ ଇଞ୍ଚ ଲମ୍ୱା ଅଟେ। ସବୁଠୁ ମଜାଦାର କଥା ହେଲା ଏହି ବର୍ଗରର ବନ୍ ମଝିରେ ସୁନାର ଆସ୍ତରଣ ରହିଛି। ଜାପାନର ନୂଆ ସମ୍ରାଟଙ୍କ ସମ୍ମାନରେ ଏହାକୁ ପ୍ରସ୍ତୁତ କରାଯାଇଛି।
ସାଧାରଣ ଲୋକ ମଧ୍ୟ ଏହାର ସ୍ୱାଦ ଚାଖି ପାରିବେ। ଏଥିନିମନ୍ତେ ସେମାନଙ୍କୁ ୩ ଦିନ ପୂର୍ବରୁ ଅର୍ଡର କରିବାକୁ ପଡ଼ିଥାଏ। ଏହାର ମୂଲ୍ୟ ବହୁ ଅଧିକ ହୋଇଥିବାରୁ ନର୍ମାଲ ବର୍ଗରଠାରୁ ଏହାର ଓଜନ ଅଧିକ ହେବା ସହ ସ୍ୱାଦ ମଧ୍ୟ ନିଆରା ବୋଲି ଏହାକୁ ଖାଉଥିବା ଲୋକେ କହିଛନ୍ତି। ଏହାକୁ ପ୍ରସ୍ତୁତ କରିଥିବା ଶେପ୍ କହିଛନ୍ତି, ଜାପାନରେ ଏକ ଯୁଗର ପରିବର୍ତ୍ତନ ହୋଇଛି। ସେହି ଖୁସିରେ ସେ ଏହାକୁ ପ୍ରସ୍ତୁତ କରିଛନ୍ତି।
from Odisha Reporter http://bit.ly/2IwFGUK
No comments:
Post a Comment